ଯେଉଁ ମହିଳାଙ୍କ ଆଖିର ଆକୃତି ଏଭଳି ସେ କରିପାରନ୍ତି ଏଭଳି ସୌନ୍ଦର୍ଯ୍ୟ ଉପଚାର

Advertisment
ଯେଉଁ ମହିଳାଙ୍କ ଆଖିର ଆକୃତି  ଏଭଳି  ସେ କରିପାରନ୍ତି ଏଭଳି ସୌନ୍ଦର୍ଯ୍ୟ ଉପଚାର

ସଂସାରରେ ଅନେକ ପ୍ରକାରର ମହିଳା ଅଛନ୍ତି, ଯେଉଁମାନଙ୍କ ଆଖିର ଆକୃତି ମଧ୍ୟ ଭିନ୍ନ । କାହାର ଗଭୀର ଆଖି ତ କାହାରି ଆଖି ଓସାରିଆ । ପୁଣି କାହାର ଆଖି ଛୋଟ ତ ଆଉ କାହାରି ଗୋଲ୍‌ ଆଖି । ଏଭଳି ବିଭିନ୍ନ ଧରଣର ଆଖି କିଭଳି ସୌନ୍ଦର୍ଯ୍ୟ ଉପଚାର କରାଯିବା ଉଚିତ୍‌, ସେ ସଂପର୍କରେ ଆସନ୍ତୁ ଜାଣିବା ....
ଛୋଟ ଆଖି: ଯଦି ଆପଣଙ୍କର ଆଖି ଛୋଟ, ତେବେ ନିମ୍ନ ମତେ ଉପଚାର କରନ୍ତୁ । ଆଖି ପଲକର ବାହାର ପାର୍ଶ୍ୱର ଉପରି ଭାଗରେ ହାଲୁକା ରଙ୍ଗର ପାଉଡର୍‌ର ଛାୟା ବ୍ଲସର ମାଧ୍ୟମରେ ଲଗାନ୍ତୁ । ଆଖି ପାର୍ଶ୍ୱରେ ସାଡୋ ଲଗାଇବା ପାଇଁ ବ୍ରସ ବ୍ୟବହାର କରନ୍ତୁ । ଏହାପରେ ନିମ୍ନ ଅଂଶରେ ହାଲୁକା ଧୂସର ବର୍ଣ୍ଣର କଜଳ ପେନ୍‌ସିଲ୍‌ ର ରେଖା ଟାଣନ୍ତୁ ।
ଓସାରିଆ ଆଖି: ଏହି ଧରଣର ଆଖିକୁ ସନ୍ତୁଳିତ ଦେଖାଇବା ଦାକାର । ଏଥିପାଇଁ ସର୍ବପ୍ରଥମେ ଆଖି ଓ ନାକ ମଧ୍ୟ ଭାଗରେ ସୁଖରଂଜନ ପାଇଁ ବ୍ୟବହୃତ ବ୍ରସରେ ନିଜ ଶରୀର ରଙ୍ଗଠୁଁ ସାମାନ୍ୟ ଗାଢ଼ ରଙ୍ଗର ପାଉଡର ଆଣି ଲଗାନ୍ତୁ । ନାକ ଆଡେ ବ୍ରସ୍‌ କରିବା ବେଳେ ପାଉଡର୍‌ ରାଇଟର ପ୍ରୟୋଗ କରନ୍ତୁ । ଆଖିର ବାହାର ପାର୍ଶ୍ୱରେ ହାଲୁକା ଛାୟାରଙ୍ଗ ପକାନ୍ତୁ । ମସକ୍ରା ଲଗାଇବା ବେଳେ ଆଖି ପତା ଲୋମ ସିଧା ରଖନ୍ତୁ । ଲୋମର ଉପର ଭାଗର ଡାହାଣ ପଟେ ଅଧିକ ମସ୍କରା ଲଗାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe