ଶୁଦ୍ଧ ଅମ୍ଳଜାନ ଆହରଣ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ, ଦିନକୁ ୧୧ ହଜାର ଲିଟର ଅମ୍ଳଜାନ ଆବଶ୍ୟକ

Advertisment
ଶୁଦ୍ଧ ଅମ୍ଳଜାନ ଆହରଣ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ, ଦିନକୁ ୧୧ ହଜାର ଲିଟର ଅମ୍ଳଜାନ ଆବଶ୍ୟକ

Pinterest

କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଆମ ପାଇଁ ବର୍ତ୍ତମାନ ସମୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଶୁଦ୍ଧ ଅମ୍ଳଜାନ ଗ୍ରହଣ। ଏଥିପାଇଁ ଆମକୁ ବ୍ୟାପକ ପ୍ରସ୍ତୁତି କରିବାକୁ ପଡ଼ିବ। ଏହି ପ୍ରସ୍ତୁତିର ତିନିଟି ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଯୋଗ-ବ୍ୟାୟାମ, ଘରର ପରିବେଶ ଏବଂ ବୃକ୍ଷରୋପଣ।

ଶୁଦ୍ଧ ଅମ୍ଳଜାନ ଯେତେ ପରିମାଣରେ ଶରୀରକୁ ଯାଏ ତାହା ଭୂତାଣୁକୁ ଶରୀରରୁ ତଡ଼ିବାରେ ସହାୟକ ହୁଏ। ମଣିଷ ପାଇଁ ଦିନକୁ ୧୧ ହଜାର ଲିଟର ଅମ୍ଳଜାନ ଆବଶ୍ୟକ ପଡୁଥିବାବେଳେ ପ୍ରତି ମିନିଟରେ ସାତରୁ ଆଠ ଲିଟର ପର୍ଯ୍ୟନ୍ତ ଅମ୍ଳଜାନ ଦରକାର ହୋଇଥାଏ। ତେଣୁ ପ୍ରଥମତଃ ଆମେ ରହୁଥିବା ଘରକୁ ବାୟୁ ଚଳାଚଳ ମୁକ୍ତ କରିବାକୁ ପଡିବ। ଘର ଭିତରେ ଅନାବଶ୍ୟକ ସାମଗ୍ରୀ ଅଯଥା ଗଚ୍ଛିତ କରି ନ ରଖିବା ଉଚିତ। ଘର ଭିତରେ ଅଯଥା ରାସାୟନିକ ପଦାର୍ଥ ଓ ରାସାୟନିକ ଉପାୟରେ ପ୍ରସ୍ତୁତ କୀଟନାଶକ ଓ ଅନ୍ୟାନ୍ୟ ଦ୍ରବ୍ୟର ବ୍ୟବହାର ଯଥା ସମ୍ଭବ କମ୍ କରାଯିବା ଆବଶ୍ୟକ। ରାସାୟନିକ ପ୍ରକ୍ରିୟା ଓ ବିଘଟନ ଅମ୍ଳଜାନର ଗୁଣବତ୍ତାକୁ ହ୍ରାସ କରି ଦେଇଥାଏ।

ସେହିଭଳି ନିଜ ଶରୀରକୁ ପ୍ରସ୍ତୁତ କରିବା ପାଇଁ ପାହାଡ ଚଢା, ସାଇକେଲ ଚାଳନା ଭଳି ବ୍ୟାୟାମ ସହିତ କପାଳଭାତି, ଭ୍ରାମରୀ ଓ ଅନୁଲୋମ ବିଲୋମ ପ୍ରାଣାୟମ ନିୟମିତ ଅଭ୍ୟାସ କରିବା ଆବଶ୍ୟକ। ଏହାସହିତ ଅମ୍ଳଜାନ ପ୍ରଦାନରେ ବିଶେଷ ସହାୟକ ହୋଇଥାଏ ବୃକ୍ଷ। ତୁଳସୀ, ବର ଗଛ ଭଳି ବୃକ୍ଷ ସର୍ବାଧିକ ଅମ୍ଳଜାନ ବାୟୁ ମଣ୍ଡଳକୁ ଛାଡ଼ିଥାନ୍ତି। ଏହାସହିତ ଆମକୁ ଅନ୍ୟ ବୃକ୍ଷ ଲଗାଇବାକୁ ଅଭିଯାନ ଭାବେ ଗ୍ରହଣ କରିବାକୁ ପଡିବ। ଏସବୁକୁ ସାମଗ୍ରିକ ଭାବେ କାର୍ଯ୍ୟକାରୀ କରି ଆମକୁ କରୋନା ବିରୋଧ ଲଢେଇକୁ ତ୍ବରାନ୍ବିତ କରିବାକୁ ପଡ଼ିବ।
ଡାକ୍ତର ଦୀନବନ୍ଧୁ ମହାରଣା
ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe