ସର୍ଦ୍ଦି ଥଣ୍ଡା ଜନିତ କଷ୍ଟ ଉପସମ ପାଇଁ ସରଳିଆ ଘରୋଇ ଚିକିତ୍ସା

Advertisment
ସର୍ଦ୍ଦି ଥଣ୍ଡା ଜନିତ କଷ୍ଟ ଉପସମ ପାଇଁ ସରଳିଆ ଘରୋଇ ଚିକିତ୍ସା

ସର୍‌ଦି ଜରକୁ ସାଙ୍ଗରେ ନେଇ ଆସେ ବର୍ଷାଋତୁ। ଡାକ୍ତରମାନେ କହନ୍ତି ସାଧାରଣ ଥଣ୍ଡା ବା ସର୍‌ଦି ପାଇଁ ପ୍ରକୃତରେ କୌଣସି ଔଷଧ ନାହିଁ। ଥଣ୍ଡା ଧରିଲା ମାନେ ଦୁଇ ଦିନ କଲବଲ ହେବା ନିଶ୍ଚୟ। ବର୍ଷାଋତୁ ଥଣ୍ଡାଜନିତ ବ୍ୟତିବ୍ୟସ୍ତତାରୁ ଉପସମ ଦେବା ଭଳି ଅନେକ ଘରୋଇ ଉପଚାର ରହିଛି। ସେଥିରୁ କେତେକ ଥଣ୍ଡାର ପ୍ରକୋପକୁ କମାଇ ପ୍ରାୟ ଆରୋଗ୍ୟ କରିବା ପରିସ୍ଥିତିକୁ ନେଇ ଯାଆନ୍ତି।

ଦୁଇ ଟେବୁଲ୍‌ ଚାମଚ ମହୁ, ଅଳ୍ପ କେତୋଟି ଲବଙ୍ଗ, ଖଣ୍ଡେ ଡାଳଚିନି, ଅଳ୍ପ କିଛି ତୁଳସୀପତ୍ର ଏବଂ ଇଞ୍ଚେ ଲମ୍ବର ଅଦା ଥଣ୍ଡା ଉପସମ ପାଇଁ ଚମତ୍କାର କାମ କରିବ। ଏ ସବୁ ସାମଗ୍ରୀକୁ ଗିଲାସେ ପାଣିରେ ପକାଇ ଦୁଇ ମିନିଟ୍‌ ଯାଏଁ ଗୋଳେଇ ଗୋଳେଇ ସିଝାନ୍ତୁ। ଦିନକୁ ଦୁଇ ଥର ଏହି ଚା’ ପିଅନ୍ତୁ।

ଗରମ ପାଣିରେ କେବଳ ଦୁଇ ଟେବୁଲ୍‌ ଚାମଚ ମହୁରେ ୮-୧୦ଟି ତୁଳସୀ ପତ୍ର ପକାଇ ପିଇଲେ ବି ଚଳିବ। ଏଥିସହ ଉଷୁମ ପାଣିରେ ଲୁଣ ପକାଇ ତଣ୍ଟିରେ ଖଳଖଳ କଲେ ଥଣ୍ଡାରୁ ଉପସମ ମିଳିବ।

publive-image

ଉଷୁମ ଦୁଗ୍ଧରେ ଚିମୁଟାଏ ହଳଦୀଗୁଣ୍ଡ ଓ ଏକ ଚଉଥ ଚାମଚ ଗୁଆଘିଅ ପକାଇ ପିଇଲେ ସର୍‌ଦି ଉପସମ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ।

ଖଣ୍ଡେ ଡାଳଚିନି, ଦୁଇଟି ଲବଙ୍ଗ, ଚା ଚାମଚେ ଗୋଲମରିଚ, ଇଞ୍ଚେ ଅଦା ଏକ ଚଉଥ ଚାମଚ ଗୁଆଘିଅ ଓ କେତୋଟି ତୁଳସୀ ପତ୍ର ଯୋଗାଡ଼ କରନ୍ତୁ। ଏକ ପାତ୍ର ଚୁଲାରେ ବସାଇ ସେଥିରେ ଗୁଆଘିଅ ପକାନ୍ତୁ। ଗରମ ହେବା ପରେ ବାକି ସାମଗ୍ରି ସବୁ ସେଥିରେ ପକାଇ ପାଣି ଦିଅନ୍ତୁ। ୩-୪ ମିନିଟ୍‌ ଫୁଟିବା ପରେ ଓହ୍ଲାଇ ଦିଅନ୍ତୁ। ଏହି ପାନୀୟ ସର୍‌ଦି ପାଇଁ ଖୁବ୍‌ ଉପକାରୀ।

ଗିଲାସେ ଗରମ ପାଣିରେ ଇଞ୍ଚେ ଅଦା ପକାନ୍ତୁ। କିଛି ସମୟ ପରେ ସେହି ପାଣିକୁ ପିଅନ୍ତୁ। ଏଭଳି ଦିନକୁ ଦୁଇଥର ପିଇଲେ ଥଣ୍ଡାରୁ ମୁକ୍ତି ମଳିବ।
ଡାଳଚିନି, କାଗେଜି ଓ ମହୁକୁ ମିଶାଇ ବାଟିବା ପରେ ସେହି ବାଟଣକୁ ନଖ ଉଷୁମ ପାଣିରେ ପକାଇ ଦିନକୁ ୨-୩ ଥର ପିଅନ୍ତୁ।

ସର୍‌ଦି ସହ ଲଢ଼ିବା ଓ ସର୍‌ଦି ରୋକିବାରେ ତୁଳସୀର ମହିମା ଅବର୍ଣ୍ଣନୀୟ। ଏହାର ପତ୍ରକୁ ଭିନ୍ନ ଭିନ୍ନ ପ୍ରକାରରେ ବ୍ୟବହାର କରାଯାଇ ପାରେ। ଦୈନିକ ଦି’ଚାରିଟି ତୁଳସୀ ପତ୍ର ଖାଇଲେ ମଧ୍ୟ ଥଣ୍ଡା ଧରେ ନାହିଁ। ଛେଚା ଅଦା, ତୁଳସୀ ଓ ମହୁ ମିଶାଇ ଖାଇଲେ ମଧ୍ୟ ସର୍‌ଦିରୁ ମୁକ୍ତି ମିଳେ।

ଏହାଛଡ଼ା ଥଣ୍ଡା ଧରିଥିବା ସମୟରେ ଦୈନିକ ୮ ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe