ମୁଣ୍ଡବିନ୍ଧା ଓ ନିଦ୍ରାଜନିତ ସମସ୍ୟା ଥିଲେ, ଆପଣାନ୍ତୁ ଏହି ସରଳ ଘରୋଇ ଉପଚାର

ମୁଣ୍ଡବିନ୍ଧା ଓ ନିଦ୍ରାଜନିତ ସମସ୍ୟା ଥିଲେ, ଆପଣାନ୍ତୁ ଏହି ସରଳ ଘରୋଇ ଉପଚାର

image source--healthline.com

ଅନେକ ଲୋକ ଅବସାଦ, ନିଦ୍ରାଜନିତ ସମସ୍ୟା ଓ ମୁଣ୍ଡବିନ୍ଧା ଭଳି ଯୁଝି ହେଉଛନ୍ତି। ଅବଶ୍ୟ ଏହା ଖୁବ୍‌ ସାଧାରଣ ଅଟେ। ଏଥିଲାଗି ଆମେ ଅନେକ ପ୍ରକାରର ସମାଧାନ ପନ୍ଥା ଗ୍ରହଣ କରିଥାଉ। ଖାଲି ସେନ୍ଧତିକି ନୁହେଁ, ଆମେ ଔଷଧ ବି ସେବନ କରିଥାଉ। ହେଲେ ଆମେ ଭୁଲି ଯାଇଥାଉ ଯେ ଏଥିରୁ ମୁକ୍ତି ପାଇବା ଲାଗି ଆମ ରୋଷେଇ ଘରେ ଏମିତି ଜିନିଷ ଅଛି ଯାହା ଅବସାଦ, ନିଦ୍ରାଜନିତ ସମସ୍ୟା ଓ ମୁଣ୍ଡବିନ୍ଧା ଭଳି ପୀଡ଼ାରୁ ରକ୍ଷା କରିବ।
ଏଭଳି ତିନିଟି ଜିନିଷ ହେିଲା ଅଦା, ଲେମ୍ବୁ ଏବଂ ପୋଦିନା ଯାହା, ଆମ ରୋଷେଇ ଘରେ ଥାଏ। ଏହି ସାମଗ୍ରୀର ଉପଯୋଗରେ ଆମେ ଏକ ଶାରୀରିକ ସମସ୍ୟାର ସମାଧାନ କରିପାରିବା।
ମୁଣ୍ଡବିନ୍ଧା ସମସ୍ୟା ଲାଗି ଅଦାଠାରୁ ଆଉ କୌଣସି ଭଲ ଜିନିଷ ନାହିଁ। ଏଥିପାଇଁ ଆପଣଙ୍କୁ ଅଦାକୁ ନେଇ ତାହାକୁ ପାଣିରେ ମିଶାଇ ଭଲ ଭାବରେ ଫୁଟାଇବାକୁ ହେବ। ଏହାପରେ ଆପଣ ଏହାକୁ ଛାଣିକରି ଏହାର ପାଣିକୁ ସେବନ କରନ୍ତୁ।

publive-image image source--medicalnewstoday

ଯଦି ଆପଣ ମୁଣ୍ଡବିନ୍ଧାଜନିତ ସମସ୍ୟା ପାଇଁ ଚିନ୍ତିତ ରହୁଥା’ନ୍ତି ,ତେବେ ଆପଣ କିଛି ଅଦାର ରସ ସହିତ ଲେମ୍ବୁ ରସକୁ ମିଳାଇ ଏହାକୁ ଦିନକୁ ଦୁଇ ଥର ଭାବରେ ସେବନ କରନ୍ତୁ। ତୁରନ୍ତ ଆପଣ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇଯିବେ।
ଏଥିସହିତ ଯେତେବେଳେ ଆପଣ ମୁଣ୍ଡବିନ୍ଧା ହେଉଥିବାର ଅନୁଭବ କରୁଛନ୍ତି, ସେତେବେଳେ ଆପଣ ପୋଦିନା ପତ୍ରର ରସକୁ ମୁଣ୍ଡରେ ଲଗାଇ ଦିଅନ୍ତୁ। ଏହା କରିବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଯିବ । ଏସବୁ ଘରୋଇ ଉପଚାର ଦ୍ବାରା ନିଶ୍ଚିତ ଭଲ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe