୨ ହାଇୱାରୁ ୧.୨୦ ଲକ୍ଷ ଜରିମାନା

Advertisment
୨ ହାଇୱାରୁ ୧.୨୦ ଲକ୍ଷ ଜରିମାନା

ବାଲିଅନ୍ତା : ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଗତକାଲି ବିଳମ୍ବିତ ରାତିରେ ହଂସପାଳ-ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଭିଙ୍ଗାରପୁର ନିକଟରେ ଚଢ଼ଉ କରି ଦୁଇଟି ମାଟି ବୋଝେଇ ହାଇୱା ଜବତ କରିଥିଲେ। ଜବତ ହାଇୱା ମାଲିକଙ୍କ ଠାରୁ ଗାଡ଼ି ପିଛା ୬୦ ହଜାର ଜରିମାନା ଆଦାୟ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି।

ସୂଚନା ଅନୁସାରେ ଓଲାରବିନ୍ଧା ଓ ବିସରପୁର ଆଦି ଅଞ୍ଚଳରେ ଦଣ୍ଡା ଓ ଗୋଚର ଜମିରୁ ପ୍ରତିଦିନ ଶତାଧିକ ଟ୍ରିପ ମାଟି ନିକଟସ୍ଥ ଇଟାଭାଟି ଓ ପ୍ଲଟିଂ ସ୍କିମ ଅଞ୍ଚଳକୁ ଚାଲାଣ ହେଉଥିବା ତହସିଲ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଖବର ପାଇ ତହସିଲଦାର ଶ୍ରୀ ପଣ୍ଡା ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କ ସହିତ ପୁଲିସ ଟିମ ନେଇ ଗତକାଲି ରାତି ୧ଟାରେ ଚଢ଼ଉ କରିଥିଲେ। ହେଲେ ରିପୋର୍ଟ ଲେଖା ହେବା ବେଳକୁ ଗାଡ଼ି ମାଲିକ ଦ୍ବୟ ତହସିଲ କିମ୍ବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜରିମାନା ଅର୍ଥ ଜମା କରିନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଥାନାରେ ଅଟକ ଥିବା ଚାଳକ ଦ୍ବୟଙ୍କୁ ପୁଲିସ ପଚରାଉଚରା କରି ଛାଡ଼ି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe