Odisha Bytes
କଟକ: ଖାନନଗରରେ ଜଣେ ବାଲି-ଗୋଡ଼ି ବ୍ୟବସାୟୀଙ୍କୁ ବନ୍ଧୁକରେ ଛେଚି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୭ଜଣ ଦୁର୍ବୃତ୍ତ ଏକ କାର୍ରେ ଆସି ଏଭଳି କାଣ୍ତ ଘଟାଇଥିଲେ। ମଧୁପାଟଣା ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଠାବ କରିବାକୁ ତନାଘନା ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ମଧୁପାଟଣା ଥାନା ଅନ୍ତର୍ଗତ ଖାନନଗର ମଣିମନ୍ଦିର ଗଡ଼ା ନିକଟରେ ଶୈଳେନ୍ଦ୍ର ବେହେରାଙ୍କ ଏକ ବାଲି-ଗୋଡ଼ି ଦୋକାନ ଅଛି। ଆଜି ଅପରାହ୍ଣ ୩ଟା ୨୦ ବେଳେ ଶୈଳେନ୍ଦ୍ର ଦୋକାନରେ ଶୋଇଥିବା ବେଳେ ଏକ କାର୍ରେ ୭ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ। ସେମାନେ ଶୈଳେନ୍ଦ୍ରଙ୍କୁ ଉଠାଇ ମୁଣ୍ତରେ ବନ୍ଧୁକ ଲଗାଇ ଧମକ ଦେବା ସହ ବନ୍ଧୁକରେ ଛେଚି ଆହତ କରିଥିଲେ। ପରେ ସେମାନେ ଦୋକାନ ଡ୍ରୟାର୍ରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଦୋକାନରେ ଥିବା ସିସି କ୍ୟାମେରାରେ ଦୁର୍ବୃତ୍ତଙ୍କ ପୂରା କାରନାମା ରେକର୍ଡ ହୋଇଛି।
Follow Us