ଲେକ୍‌ ଜୋନ୍‌-୧ ପାଇଁ ମୁକ୍ତା ଯୋଜନାରେ ୧.୮୫ କୋଟି, ସିଟିଜ୍‌ ବଦଳରେ ଏସ୍‌ଏଚ୍‌ଜି

Advertisment
ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର: ଭୁବନେଶ୍ବର ସହର ଦେଇ ବହି ଯାଇଥିବା ପ୍ରାକୃତିକ ନାଳରେ ଘୋଷଣା ହୋଇଥିବା ଲେକ୍‌ ଜୋନ୍‌-୧ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି। ନିକୋ ପାର୍କ ବନ୍ଦ ହେବା ପରେ ପ୍ରଥମେ ସିଟିଜ୍‌ କାର୍ଯ୍ୟକ୍ରମ ଅଧୀନରେ ଏହାର ଉନ୍ନତୀକରଣ ହେବାକୁ ଯୋଜନା ହୋଇଥିଲା। ଏଥିପାଇଁ ସିଟିଜ୍‌ ପକ୍ଷରୁ ଟେଣ୍ଡର ହେବାକୁ ଯାଉଥିଲା। କିନ୍ତୁ ହଠାତ୍‌ କଣ ହେଲା କେଜାଣି ଏବେ ଏହାକୁ ମୁକ୍ତା ଯୋଜନାରେ କରିବାକୁ ବିଏମ୍‌ସି ସ୍ଥିର କରିଛି। ଆଜି ୧୬ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ହାତରେ ଏହାର ଭବିଷ୍ୟତକୁ ଟେକି ଦିଆଯାଇଛି।

ଏଥିରେ କୋଟିଏ ୮୫ ଲକ୍ଷ ଖର୍ଚ୍ଚ ହେବାକୁ ଯାଉଛି। ବିଏମ୍‌ସିରେ ଅନୁଷ୍ଠିତ ଏକ ବୈଠକରେ ଏସ୍‌ଏଚ୍‌ଜିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କିଭଳି ଏହାର ଉନ୍ନତୀକରଣ କରିବେ ସେ ନେଇ ସେମାନେ ଜ୍ଞାନ ଆହରଣ କରିଛନ୍ତି। ମେୟର ସୁଲୋଚନା ଦାସ, କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଅନ୍ୟ ବାରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଏହି ପ୍ରକଳ୍ପର ସଫଳ କାମନା କରିଛନ୍ତି। ଲଟେରି ମାଧ୍ୟମରେ ଏହି ଏସ୍‌ଏଚ୍‌ଜିମାନେ ଚିହ୍ନିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe