ପୁଣି କରୋନା ନେଲା ୨ ଜଣଙ୍କ ଜୀବନ, ବାଲିଅନ୍ତାରେ ମୃତ୍ୟୁସଂଖ୍ୟା ୧୦ ଛୁଇଁଲା

Advertisment
ଢେଙ୍କାନାଳ ସହରରେ ଟ୍ରକ୍ ଧକ୍କାରେ ବୃଦ୍ଧା ମୃତ

deccanherald.com

ବାଲିଅନ୍ତା: ବାଲିଅନ୍ତା ବ୍ଲକରେ କରୋନା ଭୂତାଣୁ ପୁଣି ୨ ଜଣଙ୍କ ପ୍ରାଣ ନେଇଛି। ବାଳକାଟି ପ୍ରତାପଶାସନ ପଞ୍ଚାୟତ ଅଞ୍ଚଳର ୪୭ବର୍ଷ ବୟସ୍କ ପୁରୁଷ ଆକ୍ରାନ୍ତଜଣଙ୍କ ପଞ୍ଚାୟତ କୋଭିଡ୍‌ କେୟାର ହୋମ୍‌ରେ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ସରଦେଇପୁର ଡାକବଙ୍ଗଳାରେ ସ୍ବାବ୍‌ ପରୀକ୍ଷା କରାଇଥିଲେ। ତେବେ ୨୯ ତାରିଖ‌‌ରେ ସେ ପଜିଟିଭ୍ ଜଣାପଡ଼ିଥିଲେ। ତେଣୁ ଚିକିତ୍ସା ପାଇଁ ତାଙ୍କୁ ପ୍ରତାପଶାସନ କୋଭିଡ୍‌ କେୟାର ହୋମ୍‌ରେ ଭର୍ତ୍ତି କରାଯାଇଥିଲା। ଗତରାତି ପ୍ରାୟ ୧୦ଟା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଞ୍ଚାୟତ ରୋଡ୍‌ସ୍ଥିତ କୋଭିଡ୍‌ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପ୍ରତାପରୁଦ୍ରପୁରର ପୂର୍ବତନ ସରପଞ୍ଚ କାଳନ୍ଦୀ ଭୋଇଙ୍କ ଆଜି ରାତି ପ୍ରାୟ ସାଢ଼େ ୮ଟାରେ କରୋନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୋଟିଏ ଦିନରେ କରୋନାରେ ଦୁଇଜଣଙ୍କ ମୃତ୍ୟୁ ବାଲିଅନ୍ତା ବ୍ଲକରେ ଭୟର ବାତାବରଣ ଖେଳାଇ ଦେଇଛି। ତେବେ ର୍ସ୍ବଗତ ଭୋଇଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଆସନ୍ତାକାଲି ପଞ୍ଚାୟତରେ ଥିବା ସମସ୍ତ ଦୋକାନ, ବଜାର ବନ୍ଦ ରଖିବାକୁ ସରପଞ୍ଚ ବାମନ ଭୋଇ ଅନୁରୋଧ କରିଛନ୍ତି। ଆଜି ଗୋଟିଏ ଦିନରେ ଏହି ୨ଜଣଙ୍କୁ ମିଶା‌ଇ ଏପର୍ଯ୍ୟନ୍ତ ବ୍ଲକରେ କରୋନା ୧୦ ଜଣଙ୍କ ମୁଣ୍ଡ ନେଇ ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe