ଜାନୁଆରିରେ ୧୦ ନିଶା ମାଫିଆ ଗିରଫ: ୧୬ଲକ୍ଷ ଟଙ୍କାର ଗଂଜେଇ ଓ ୨ଲକ୍ଷ ଟଙ୍କାର ଧଳାଜହର ଜବତ

ଝିଆରିର ନଗ୍ନ ଫଟୋ ଉଠାଇ ବିବାହ କରିବାକୁ ବ୍ଲାକମେଲ୍, ରସିକିଆ ପିଉସା ଗିରଫ

Image Courtesy of Zee News

ଭୁବନେଶ୍ବର: ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ କମିସନରେଟ୍ ପୁଲିସ ଆରମ୍ଭ କରିଥିବା ଅପରେସନ୍ ‘ହ୍ବାଇଟ୍ ସ୍ପାଇଡର୍‌’ ଆଧାରରେ ମାଫିଆଙ୍କୁ ସାବାଡ୍ କରିବା ପ୍ରକ୍ରିୟା ଜାରି ରଖିଛି। ଚଳିତ ଜାନୁଆରିରେ କମିସନରେଟ୍ ପୁଲିସ ଭୁବନେଶ୍ବରରୁ ୧୦ଜଣ ନିଶା ମାଫିଆଙ୍କୁ ଗିରଫ କରିଛି। ଏନ୍‌ଡିପିଏସ୍ ଆକ୍ଟରେ ରୁଜୁ ହୋଇଥିବା ୪ଟି ମାମଲାରେ ପ୍ରାୟ ୧୯୦କେଜି ଗଂଜେଇ ଜବତ କରାଯାଇଥିବା ବେଳେ ୧୯ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏହାସହ ୧୦ ନିଶା ମାଫିଆଙ୍କଠାରୁ ନଗଦ ୮୩୮୦ଟଙ୍କା, ୧୫ଟି ମୋବାଇଲ୍, ୨ଟି କାର୍ ଓ ୨ଟି ବାଇକ୍ ଜବତ କରାଯାଇଛି। ଜବତ ନିଶାର ଆନୁମାନିକ ମୂଲ୍ୟ ପ୍ରାୟ ୧୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅପରେସନ୍ ‘ହ୍ବାଇଟ୍ ସ୍ପାଇଡର୍‌’ର ସ୍ବତନ୍ତ୍ର ଟିମ୍, ପିଓପିଡି ଓ ଟିମ୍-୬୦ର ମିଳିତ ଭାବେ ଚଢ଼ଉ କରି ଏହି ସଫଳତା ହାସଲ କରିଛି।

ଚର୍ଚ୍ଚିତ ଏନ୍‌ଡିପିଏସ୍ ଓ ଗଂଜେଇ ମାମଲା

-୬ ଜାନୁଆରି: ଜୟଦେବ ବିହାରସ୍ଥିତ କ୍ରାଉନ୍ ହୋଟେଲ୍ ନିକଟରେ ଏସ୍‌ଟିଏଫ୍ ଓ ନୂଆପଲ୍ଲୀ ଥାନା ପୁଲିସ ଚଢ଼ଉ କରି ଗଂଜେଇ ଚାଲାଣ ହେଉଥିବା ଏକ କାର୍‌ ଜବତ କରିଥିଲା। କାର୍‌ରୁ ପ୍ରାୟ ୪୧କେଜି ଗଂଜେଇ ଜବତ କରାଯାଇଥିବା ବେଳେ କନ୍ଧମାଳରୁ ବାଲେଶ୍ବର ଓ ଭଦ୍ରକକୁ ଗାଡ଼ି ଯାଉଥିବା ଜଣାପଡ଼ିଥିଲା। ଏହି ଘଟଣାରେ ୩ଜଣ ନିଶାମାଫିଆଙ୍କୁ ଗିରଫ କରାଯାଇଥିଲା।
-୭ ଜାନୁଆରି: ତ୍ରିଶୁଳିଆରୁ ପଟିଆ ଆଡ଼କୁ ଆସୁଥିବା ଏକ ଗଂଜେଇଭର୍ତ୍ତି କାର୍ ଆସୁଥିବା ନନ୍ଦନକାନନ ଥାନା ପୁଲିସ ଖବର ପାଇଥିଲା। ସ୍ଥାନୀୟ ଅଞ୍ଚଳର କିଛି ଯୁବକ କାର୍‌କୁ ଏସକର୍ଟ କରି ଆଣୁଥିଲେ। ତେଣୁ ପୁଲିସ ନନ୍ଦନକାନନ ପାଖରେ ନାକା କରି ଏହି ଗଂଜେଇ ଭର୍ତ୍ତି କାର୍‌କୁ ଜବତ କରିଥିଲା। କାର୍‌ର ପଛ ଡିକିରୁ ପ୍ରାୟ ୯୦ କେଜି ଗଂଜେଇ ଜବତ ହୋଇଥିଲା। କାର୍‌ରୁ ୩ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ଗାଡ଼ି ଏସକର୍ଟ କରି ଆଣୁଥିବା ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
-୧୫ ଜାନୁଆରି: କ୍ୱିକ୍ ଆକ୍ସନ୍ ଟିମ୍‌ର ତଥ୍ୟ ଆଧାରରେ, ଲକ୍ଷ୍ମୀସାଗର ଥାନା ପୁଲିସ୍ ପୁରୁଣା ଷ୍ଟେସନ୍ ବଜାର ନିକଟରେ ଥିବା କ୍ୟୁଏଟି ଗେଷ୍ଟ ହାଉସ ନିକଟରୁ ଦିଲ୍ଲୀ ଯିବାକୁ ଟ୍ରେନ୍‌କୁ ଅପେକ୍ଷା କରିଥିବା ୨ଜଣ ନିଶା ମାଫିଆଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ପ୍ରାୟ ୬୦କେଜି ଗଂଜେଇ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe