୧୦ଜଣଙ୍କୁ କଳିଙ୍ଗ ପ୍ରତିଭା ସମ୍ମାନ

Advertisment
୧୦ଜଣଙ୍କୁ କଳିଙ୍ଗ ପ୍ରତିଭା ସମ୍ମାନ

ଭୁବନେଶ୍ୱର : ଶିକ୍ଷାବିତ୍‌ ହାଡ଼ିବନ୍ଧୁ ହାଲି ଫାଉଣ୍ଡେସନ ସଂସ୍କୃତି ଓ ସଂସ୍କୃତି ପକ୍ଷରୁ କଳିଙ୍ଗ ପ୍ରତିଭା ସମ୍ମାନ- ୨୦୧୮ ଉତ୍ସବ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ଫାଉଣ୍ଡେସନର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ‘କାଦମ୍ବିନୀ’ର ସଂପାଦିକା ଡ. ଇତି ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ। ସଂପାଦକ ଡ.ମିନାକ୍ଷୀ ଦାସ ଅନୁଷ୍ଠାନ ସଂର୍ପକରେ ସୂଚନା ଦେଇଥିଲେ।

ଏହି ଅବସରରେ ଶ୍ରମିକ ନେତା ସୁବାସ ସିଂହ, ଆଇନଜୀବୀ ଅସୀମ ଅମିତାଭ ଦାସ, ପୁଲିସ ପ୍ରଶାସକ ଅସୀମ କୁମାର ପଣ୍ଡା, ଶିଳ୍ପୋଦ୍ୟୋଗୀ ସୁରେନ୍ଦ୍ର ବେହେରା, ଶିକ୍ଷାବିତ ମୋନାଲିସା ରାୟ, ଚିତ୍ରଶିଳ୍ପୀ ସଂଗୀତା ପଟ୍ଟନାୟକ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଶିଶୁ ଲେଖିକା ତନୟା ଦାସ ଗୋସ୍ୱାମୀ, ସାମ୍ବାଦିକ ଉମାପଦ ବୋଷ ଓ ସାମ୍ବାଦିକ ବଳରାମ ମହାନ୍ତିଙ୍କୁ କଳିଙ୍ଗ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ଭାଓଲିନ ବାଦକ ରାଜେଶ ବିଶ୍ୱାଳଙ୍କ ଜନ୍ମଦିନ ଅବସରରେ ତାଙ୍କର ଭାଓଲିନ ସ୍ୱରରେ ପ୍ରସ୍ତୁତ ଏକ ଆଲବମକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଏହା ପରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଡ. ଆଦ୍ୟାଶା ଦାସ, ଇଂ ବିଚିତ୍ର ନନ୍ଦ ଦେଓ, ବରଦା ପ୍ରସନ୍ନ ପଟ୍ଟନାୟକ, ଅର୍ଣ୍ଣବ ପଣ୍ଡା, ଦିବ୍ୟାନୀ ଦେବୀପ୍ରିୟା, ତୃପ୍ତି ସୁମନ ମହାପାତ୍ର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ସଂପାଦକ ଦିଲ୍ଲୀପ ହାଲି ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଉତ୍ସବକୁ ଇ. ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିଲେ ଏବଂ ସଂଗୀତ ସଂଯୋଜନା କରିଥିଲେ ଅବନୀକାନ୍ତ ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe