୧୦ ଲକ୍ଷର ବ୍ରାଉନସୁଗାର ଜବତ; ମହିଳା ଗିରଫ

Advertisment
ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲା : ଗିରଫ କିରାଣି ନିଲମ୍ବିତ

ଭୁବନେଶ୍ବର : ଯେତେ ଚଢ଼ଉ ହେଲେ ବି ଧଳା ଜହର ବେପାର ବଢ଼ିବାରେ ଲାଗିଛି। ସୋମବାର ରାତିରେ ବ୍ରାଉନସୁଗାର ବେପାର ଅଭିଯୋଗରେ ଏସ୍‌ଟିଏଫ୍‌ କ୍ୟାପିଟାଲ ଥାନା ପୁଲିସ ସହାୟତାରେ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲା ୟୁନିଟ୍‌-୮ ଅଞ୍ଚଳର ରଞ୍ଜୁ ନାୟକ। ତା’ ଠାରୁ ୧୦୨ ଗ୍ରାମର ଧଳାଜହର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ। ଏହା ସହିତ ତା’ଠାରୁ ୧୨ ହଜାର ୫ଶହ ଟଙ୍କା ମଧ୍ୟ ଜବତ ହୋଇଛି। ରଞ୍ଜୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ରାଜଧାନୀର ବିଭିନ୍ନ ବସ୍ତିର ଯୁବକମାନଙ୍କୁ ଯୋଗାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଜି ଅପରାହ୍ନରେ ରଞ୍ଜୁ ଏହି ବ୍ରାଉନ୍‌ସୁଗାର ନେଇ ବେପାର ପାଇଁ ଯାଉଥିବା ବେ‌ଳେ ଧରାପଡ଼ିଛି। ପୂର୍ବରୁ ୬ରୁ ଊଦ୍ଧ୍‌ର୍ବ ମହିଳାଙ୍କୁ ପୁଲିସ ଗିରଫ କରି ସାରିଛି। ମହିଳାମାନେ ସହଜରେ ଧରା ପଡ଼ୁନଥିବାରୁ ଦଲାଲମାନେ ଏବେ ମହିଳାମାନଙ୍କୁ ଟାର୍ଗେଟ କରିଛନ୍ତି। ରଞ୍ଜୁଠାରୁ ମିଳିଥିବା ତଥ୍ୟ ଆଧାରରେ ବାଲେଶ୍ବରରେ ଥିବା ଜଣେ ବଡ଼ ବେପାରୀକୁ ଧରିବା ପାଇଁ କ୍ୟାପିଟାଲ ଥାନା ପୁଲିସର ଏକ ଟିମ୍‌ ବାଲେଶ୍ବର ଅଭିମୁଖେ ବାହାରି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe