ଭୁବନେଶ୍ବର: ବାତ୍ୟା ଫନିରେ ରାଜ୍ୟରେ ବ୍ୟାପକ କ୍ଷତି ହୋଇଥିବା ବେଳେ ରାଜ୍ୟକୁ ପୁନରୁଦ୍ଧାର କ୍ଷେତ୍ରରେ ଆର୍ଥିକ ସହଯୋଗର ହାତ ବଢ଼ାଇଛି ‘ଗ୍ରିନ୍ଲାମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଗ୍ରିନ୍ଲାମ୍ର ମୁଖ୍ୟ ଶିବାଜୀ ମୋହିନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶା ଓ ଝାଡ଼ଖଣ୍ଡର ଆଞ୍ଚଳିକ ମୁଖ୍ୟ ଆଶିଷ ବିଶ୍ବାଳ ଉପସ୍ଥିତ ଥିଲେ। ସହାୟତା ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗ୍ରିନ୍ଲାମର ୧୦ ଲକ୍ଷ ଟଙ୍କା ପ୍ରଦାନ
Advertisment
Follow Us