ଘରୁ ଲୁଟିନେଲେ ୧୦ ଲକ୍ଷର ଗହଣା ଓ ଟଙ୍କା

Advertisment
ଘରୁ ଲୁଟିନେଲେ ୧୦ ଲକ୍ଷର ଗହଣା ଓ ଟଙ୍କା

EastMojo

ଭୁବନେଶ୍ବର: ଗୁରୁବାର ସନ୍ଧ୍ୟାରେ କୋଳଥିଆ ହାଉସିଂବୋର୍ଡ କଲୋନିର ଏକ ଘରେ ପଶି ଦୁର୍ବୃତ୍ତ ଲୁଟ୍‌ପାଟ୍ କରିଛନ୍ତି। ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କରା ସୁନାଗହଣା ଓ ୩୦ହଜାର ଟଙ୍କା ଆଲମିରା ଭାଙ୍ଗି ଚୋରି ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ନିରଂଜନ ନାୟକ ତାଙ୍କ ପୁଅକୁ ଟ୍ୟୁସନ୍‌ରେ ଛାଡ଼ିବା ପାଇଁ ଯାଇଥିଲେ।

ସେ ଘରକୁ ଫେରି ଦେଖିବା ବେଳକୁ ତାଙ୍କ ଗ୍ରିଲ୍ କଟାଯାଇଥିଲା ଏବଂ କବାଟ ମୁକୁଳ ପଡ଼ିଥିଲା। ଘର ଭିତରର ଆଲ୍‌ମିରା ଭାଙ୍ଗି ଲୁଟେରାମାନେ ପ୍ରାୟ ୧୫ଟି ସୁନା ମୁଦି, ୩ହଳ ସୁନା କାନଫୁଲ, ହଳେ ସୁନା ଶଙ୍ଖା, ୨ହଳ ସୁନା ଚୁଡ଼ି ଓ ୩୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏନେଇ ସେ ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ଛାନଭିନ୍‌ କରିବା ସହ ଆଜି ଫୋରେନ୍ସିକ ଟିମ୍ ସହାୟତାରେ ଲୁଟେରାଙ୍କ ଫିଙ୍ଗରପ୍ରିଣ୍ଟ ଓ ତଥ୍ୟପ୍ରମାଣ ସଂଗ୍ରହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe