ଚାକିରି ନାଁରେ ୧୦ ଲକ୍ଷ ଚଳୁ

Advertisment
ଚାକିରି ନାଁରେ ୧୦ ଲକ୍ଷ ଚଳୁ

image credit : moneycontrol

ଭୁବନେଶ୍ବର : ବଡ଼ବଡ଼ କମ୍ପାନିରେ ଚାକିରି କରାଇଦେବାକୁ କହି ପ୍ରାୟ ୨୦ରୁ ଊର୍ଧ୍ବ ଯୁବକଯୁବତୀଙ୍କଠାରୁ ପାଖାପାଖି ୧୦ ଲକ୍ଷ ଟଙ୍କା ଚଳୁ କରିଛି ଠକ। ଏ ନେଇ ଠକାମିର ଶିକାର ହୋଇଥିବା ଅନିଲ ହାଟୁଆ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କିଛି ଦିନ ତଳେ ଠକ ସହ ଅନିଲଙ୍କ ସାକ୍ଷାତ ହୋଇଥିଲା। ‌ସେ ତାଙ୍କୁ ଚାକିରି କରାଇଦେବ କହି ବିଭିନ୍ନ ପ୍ରଲୋଭନ ଦେଖାଇଥିଲା। ଏକ ନକଲି ନିଯୁକ୍ତିପତ୍ର ଦେଇ ପର୍ଯ୍ୟାୟକ୍ରମେ ୩୨ ହଜାର ୫ଶହ ଟଙ୍କା ନେଇଥିଲା। ଅନିଲ ନିଯୁକ୍ତିପତ୍ର ଧରି ଖୁସିରେ ଉକ୍ତ ସଂସ୍ଥାକୁ ଯିବା ପରେ ଅସଲ କଥା ଜଣାପଡ଼ିଥିଲା। ଉକ୍ତ ସଂସ୍ଥା ପକ୍ଷରୁ ସେଭଳି କୌଣସି ନିଯୁକ୍ତିପତ୍ର ଦିଆଯାଇନଥିବା କୁହାଯାଇଥିଲା। ନିଯୁକ୍ତିପତ୍ର ନକଲି ବୋଲି ଜଣାପଡ଼ିବା‌ ପରେ ଅନିଲ ତୁରନ୍ତ ଠକକୁ ଫୋନ୍‌ କରିଥିଲେ। କିନ୍ତୁ ସେ ଆଉ ଧରାଛୁଆଁ ଦେଇନଥିଲା। ପରେ ଅନିଲ ଭଳି ୨୦ ଜଣ ଠକ ଦ୍ବାରା ଶିକାର ହୋଇଥିବା ଜଣାପଡ଼ିଥିଲା। ଠକ ଏବେ ଫେରାର୍ ଅଛି ଓ ପୁଲିସ ତାକୁ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe