୧୦ ଲୁଟେରା ଗିରଫ, ୩୯ମୋବାଇଲ୍‌ ଓ ସ୍କୁଟି ଜବତ

Advertisment
୧୦ ଲୁଟେରା ଗିରଫ, ୩୯ମୋବାଇଲ୍‌ ଓ ସ୍କୁଟି ଜବତ

ଭୁବନେଶ୍ବର : ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ୍‌ କରି ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିବା ଏକ ଲୁଟେରା ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ ଠାବ କରିଛି। ଗ୍ୟାଙ୍ଗର ୧୦ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ପୁଲିସ୍ ସେମାନଙ୍କ ନିକଟରୁ ୩୯ଟି ମୋବାଇଲ୍‌ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି। ସେମାନେ ହେଲେ, ଇନ୍‌ଫୋସିଟି ଥାନା ଚୁନୁ‌କୋଳି ବସ୍ତିର ପିଣ୍ଟୁ ଦାସ(୨୨), ଖଣ୍ଡଗିରି ଜାଗମରା ଅଞ୍ଚଳର ରବୀନ୍ଦ୍ର ପଲ୍ଲେଇ(୨୨), ଶିଖରଚଣ୍ଡୀ ବସ୍ତିର ଟି. ସୁରେଶ ଓରଫ ଚାଇନା(୨୦), ଗଣେଶ ନାୟକ(୨୪), ୟୁନିଟ୍‌-୯ ଗ୍ରିଡ୍‌କୋ କଲୋନିର ସୁଶାନ୍ତ ଦୀକ୍ଷିତ (୩୦), ନୀଳମାଧବ ବସ୍ତିର କାହ୍ନୁ ନାଏକ(୨୪), ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ରାହୁଲ୍‌ ନୌନା(୧୯), ୟୁନିଟ୍‌-୩ ମସ୍‌ଜିଦ୍‌ କଲୋନିର ସେକ୍‌ ଆବୁ ଅକ୍କର(୨୧) ଏବଂ ସେକ୍‌ ମୁସ୍ତାଗିନ(୨୧)।

ସୂଚନା ମୁତାବକ, କିଛି ଦିନ ହେବ ଏମାନେ ରାଜଧାନୀରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିଲେ। ଜନଗହଳି ସ୍ଥାନ ହେଉ କି ନିଛାଟିଆ ରାସ୍ତା, ସୁଯୋଗ ପାଇଲେ ସେମାନେ ଲୋକଙ୍କ ମୋବାଇଲ୍‌, ସୁନାଗହଣା ଝାମ୍ପି ନେଉଥିଲେ। ଏମାନଙ୍କ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହେବାରୁ ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ସବୁ ଥାନାକୁ ଚଢ଼ଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷକରି ରାତି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ବ୍ଲକିଂ, ଚେକିଂ କରାଯାଇଥିଲା। ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ଭରତପୁର, ବଡ଼ଗଡ଼ ଥାନା ଜଣେ ଲେଖାଏଁ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସହିଦନଗର ଥାନା, ଖାରବେଳନଗର ଏବଂ ଇନ୍‌ଫୋସିଟି ଥାନା ୨ଜଣ ଲେଖାଏଁ ଲୁଟେରାଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe