ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌

କଟକଣା ଉଲ୍ଲଂଘନ ହେଲେ ୫ଶହ ଜରିମାନା, ବୁଲିବ ୪ ଟିମ୍‌, କ୍ୟାମେରାରୁ ବି ଚିହ୍ନଟ ହେବେ ଅମାନିଆ

ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌

Greater Jammu

ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ ହେଉଥିବାରୁ ଓମିକ୍ରନ୍‌ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଆଜି ୧୦ଟି ଜାଗାରେ ବିଏମ୍‌ସି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିଛି। ଏହା ସତ୍ବେ ସଂକ୍ରମଣ ଆଶଙ୍କା ଥିବାରୁ କଟକଣାକୁ କଡ଼ାକଡ଼ି କରିବାକୁ ବିଏମ୍‌ସି ଯୋଜନା କରିଛି। ମାସ୍କ ଉଚିତ୍‌ ଢଙ୍ଗରେ ନ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନ କରିବାକୁ ନେଇ ବିଏମ୍‌ସି କଠୋର ହୋଇଛି। ଆଜିଠାରୁ ଜୋରଦାର ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି। ଉଲ୍ଲଂଘନକାରୀଙ୍କ ଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ପ୍ରତ୍ୟେକ ଜୋନ୍‌ରୁ ଗୋଟିଏ ଲେଖାଏ ଓ ଆଉ ଗୋଟିଏ ମୋବାଇଲ୍‌ ଟିମ୍‌ ଏଭଳି ୪ଟି ଟିମ୍‌ ବୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁଠି ଯାହାକୁ କଟକଣା ଉଲ୍ଲଂଘନ କରୁଥିବା ଦେଖିବେ ଘଟଣାସ୍ଥଳରେ ହିଁ ଜରିମାନା ଆଦାୟ କରିବେ। ସେହିଭଳି ସ୍ମାର୍ଟ ସିଟି ଲଗାଇଥିବା ସିସିଟିଭି କ୍ୟାମେରାରୁ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ଯୋଜନା କରିଛି ବିଏମ୍‌ସି। ସମସ୍ତ ମାର୍କେଟ୍‌, ମଲ୍‌, ପାନ ଦୋକାନ, ଚା ଦୋକାନ ପ୍ରଭୃତିରେ ଚଢ଼ଉ ହେବ।

ସୂଚନାଯୋଗ୍ୟ, ଦକ୍ଷିଣପୂର୍ବ ଜୋନ୍‌ ଅଞ୍ଚଳରେ ୫ଟି ଓ ଉତ୍ତର ଜୋନ୍‌ରେ ୫ଟି ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ହୋଇଛି। ଦକ୍ଷିଣପୂର୍ବ ଜୋନ୍‌ର ଆଚାର୍ଯ୍ୟବିହାର ସାଇ ମନ୍ଦିର ନିକଟ ପ୍ଲଟ୍‌ ନମ୍ବର ୧୪୯୯/ଏ, ସତ୍ୟନଗର ପ୍ଲଟ୍‌ ନମ୍ବର ୧୨୦ବି, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଏଲ୍‌୩/୬୫, ବାପୁଜୀନଗର ପ୍ଲଟ୍‌ ନମ୍ବର ୬୦, ଟଙ୍କପାଣି ରୋଡ୍‌ ବିଷ୍ଣୁନଗର ପ୍ଲଟ୍‌ ନମ୍ବର ୧୧୪୭କୁ କଣ୍ଟେନ୍‌ମେଣ୍ଟ ଜୋନ୍‌‌ ଭାବରେ ଘୋଷଣା କରାଯାଇଛି। ସେହିଭଳି ଉତ୍ତର ଜୋନ୍‌ରେ ସୈନିକ ସ୍କୁଲ କ୍ବାର୍ଟର ନମ୍ବର କ୍ୟୁଆର-୩ଆରଏ, ଇଣ୍ଡିଆନ୍‌ ଅଏଲ୍‌ ହାଉସିଂ ସୋସାଇଟି ତୃତୀୟ ମହଲା ଏ-୩୦୪, ପାଣ୍ଡରା ପ୍ଲଟ୍‌ ନମ୍ବର ୪୦୪୪/୪, ଏକ୍ସଆଇଏମ୍‌ବି ବ୍ଲକ୍‌-୨ କ୍ବାର୍ଟର ନମ୍ବର ୧୨ ଓ ଶୈଳଶ୍ରୀ ବିହାର ଲେନ୍‌-୬ ଏଚ୍‌ଆଇଜି-୫୬କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ଜାଗାଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ। ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସରମାନେ ଏହି ଜାଗାକୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe