ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ବହୁ ଚର୍ଚ୍ଚିତ ହତ୍ୟା ଘଟଣା ମାମଲା: କୋର୍ଟ ଭିତରେ ପତ୍ନୀ ‌ହତ୍ୟା, ଅଭିଯୁକ୍ତ ରମେଶକୁ ଆଜୀବନ କାରାଦଣ୍ଡ

Spokane Public Radio

ଭୁବନେଶ୍ବର: ୨୦୧୭ ମସିହାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଆସାମୀ ହେଲା, ଏୟାରଫିଲ୍ଡ ଥାନା ଅନ୍ତର୍ଗତ ତୃତୀୟାପଡ଼ା ଅଞ୍ଚଳର ଦେବାଶିଷ ସାମନ୍ତରାୟ।

ପୁଲିସ୍‌ ସୂଚନା ଅନୁସାରେ, ୨୦୧୭ ମସିହାରେ ଦେବାଶିଷ ନିଜ ଅଞ୍ଚଳର ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକାଙ୍କ ପରିବାରଲୋକ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ-୫୩/୧୭ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ଦେବାଶିଷ ବିରୋଧରେ ଆଇପିସି ଦଫା-୩୭୬(୨)(ଆଇ), ପୋକ୍‌ସୋ ଆଇନର ଧାରା-୬ ଅନୁସାରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲରେ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଓକିଲ ସୁବ୍ରତ ପ୍ରିୟଦର୍ଶୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe