ସମ୍‌ରେ ୧୦୦ ଶଯ୍ୟା ବଢ଼ିଲା, ତିନିଟି କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ

Advertisment
କୋଭିଡ୍‌ ହସ୍ପିଟାଲ ପାଇଁ ବିଏମ୍‌ସିର ନୂଆ ବ୍ୟବସ୍ଥା: ବିନା ରେଫେରାଲ୍‌ରେ ଭର୍ତ୍ତି ମନା

Odisha News Insight

ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସମ୍‌ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢ଼ିଛି। ଆକ୍ରାନ୍ତ ବଢ଼ୁଥିବାବେଳେ ରାଜ୍ୟ ସରକାର ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ବନ୍ଦ କରିଦେବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ସମ୍‌ ହସ୍ପିଟାଲରେ ଶଯ୍ୟା ବଢ଼ାଇଛନ୍ତି। ସମ୍‌ ହସ୍ପିଟାଲରେ ପୂର୍ବରୁ ୧୫୦ଟି ଶଯ୍ୟା ଥିବାବେଳେ ଏହାକୁ ୨୫୦କୁ ବୃଦ୍ଧି କରାଯାଇଛି।

ମିଳିଥିବା ସୂଚନା ଅନୁଯା‌ୟୀ, ସମ୍‌ରେ ପୂର୍ବରୁ ସାଧାରଣ ଶଯ୍ୟା ୫୦ଟି ଥିବାବେଳେ ଏବେ ଏହାକୁ ୭୫କୁ ବଢ଼ାଯାଇଛି, ଆଇସିୟୁରେ ୭୫ଟି ଶଯ୍ୟା ଥିବାବେଳେ ଏହାକୁ ୧୨୫କୁ ବଢ଼ାଯାଇଛି, ଏଚ୍‌ଡିୟୁରେ ୨୫ଟି ଶଯ୍ୟା ଥିବାବେଳେ ଏହାକୁ ୫୦କୁ ବଢ଼ାଯାଇଛି। ୭୫ଜଣଙ୍କୁ ଭେଣ୍ଟିଲେଟରରେ ରଖିବା ବ୍ୟବସ୍ଥା କରାଯାଇଛି। ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲକ୍ଷଣବିହୀନ ଓ ଗୁରୁତର ନଥିବା ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଉଛି। ଯେଉଁମାନେ ଗୁରୁତର ହେଉଛନ୍ତି କିମ୍ବା ଏକାଧିକ ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

ସେହିପରି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବ ଭଳି କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ କହିବା ପରେ ଆମର ତିନିଟି କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି। ଏଥିରେ ପଟିଆ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଡୁମଡୁମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଏକ୍ସଆଇଏମ୍‌ବି ନିକଟସ୍ଥ ଏସ୍‌ଆଇଡିଭିଆଇକୁ ପ୍ରସ୍ତୁତ କରାଯାଇଛି। ଏଠାରେ ୬୦ଟି ଲେଖାଏଁ ଶଯ୍ୟା ଅଛି। ଏଠାରେ ହସ୍ପିଟାଲ ଭଳି ଚିକିତ୍ସା ମିଳିବ। ଯେଉଁମାନଙ୍କର ଘରେ ସଙ୍ଗରୋଧ ରହିବାର ବ୍ୟବସ୍ଥା ନଥିବ ସେମାନେ ଏଠାରେ ରହିବେ। ଏଠାରୁ ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe