କଳିଙ୍ଗ ଆର୍ଟ ଗ୍ୟାଲେରିରେ ୧୦୦ ଚିତ୍ରକଳା ପ୍ରଦର୍ଶିତ

Advertisment
କଳିଙ୍ଗ ଆର୍ଟ ଗ୍ୟାଲେରିରେ ୧୦୦ ଚିତ୍ରକଳା ପ୍ରଦର୍ଶିତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ୧୦୦ଜଣ ନାରୀ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳାକୁ ନେଇ କଳିଙ୍ଗ ଆର୍ଟ ଗ୍ୟାଲେରିଠାରେ ଏକ ଚିତ୍ର ପ୍ରଦର୍ଶନୀ ଆଜି ଉଦ୍‌ଘାଟିତ ହୋଇଯାଇଛି।

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ମୁଖ୍ୟ ଅତିଥି ଭ‌ାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଲଳିତ କଳା ଏକାଡେମିର ସଭାପତି ସୁଦର୍ଶନ ପଟ୍ଟନାୟକ, ଏକାଡେମି ସଚିବ ପଞ୍ଚାନନ ସାମଲ ପ୍ରମୁଖ ମୁଖ୍ୟ ବିଚାରପତିଙ୍କୁ ପ୍ରଦର୍ଶନୀ ବୁଲାଇ ଦେଖାଇଥିଲେ। ନାରୀ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ନିଖୁଣ ଭାବେ ଅଙ୍କନ କରାଯାଇଥିବା ଚିତ୍ର ଓ ଚରିତ୍ରଗୁଡ଼ିକ ଚମତ୍କାର ହୋଇଛି ବୋଲି ମୁଖ୍ୟ ବିଚାରପତି କହିଥିଲେ। ନାରୀମାନଙ୍କ ଦୈନନ୍ଦିନ ଜୀବନ ଓ ବିଭିନ୍ନ ଦେବୀଙ୍କ ଉପରେ ଆଧାରିତ ଚିତ୍ରକଳାଗୁଡ଼ିକ ବେଶ୍‌ ଚମତ୍କାର ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିବା ସହ ଚିତ୍ରଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe