୧୦୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୪ ଗିରଫ

Advertisment
ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ଭୁବନେଶ୍ବର: ଆଜି କମିସନରେଟ୍‌ ପୁଲିସର କୁଇକ୍ ଆକ୍ସନ ଟିମ୍ ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଭାବେ ରେଣ୍ଟାଲ କଲୋନିରେ ଚଢ଼ଉ କରି ୧୦୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ୪ଜଣଙ୍କ ଗିରଫ କରିଛି। ସେମାନେ ହେଲେ, ପୁରୀ ଜିଲ୍ଲା ପିପିଲିର ବିଜୟ କୁମାର ସାହୁ, ସୁବ୍ରତ ଦାସ, ପ୍ରଶାନ୍ତ କୁମାର ସାହୁ ଓ କେନ୍ଦ୍ରାପଡ଼ା ଟାଉନ୍‌ର ଦୀପକ କୁମାର ନାଥ। ପୁଲିସ୍‌ ଏମାନଙ୍କ ନିକଟରୁ ୪ଟି ଦାମୀ ମୋବାଇଲ, ନଗଦ ୧୦ହଜାର ଟଙ୍କା ଓ କାର୍‌ ଜବତ କରିଛି। ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ପୁଲିସ୍‌ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସିପି ସଂଜୀବ ଶତପଥୀ ଏ ସଂପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ଯୁବକମାନେ ବାଲେଶ୍ବର ଓ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ପୁରୀ ଓ କେନ୍ଦ୍ରାପଡ଼ାରେ ବିକ୍ରି କରୁଥିଲେ। ତେବେ ଅଧିକ ମୁନାଫା ଆଶାରେ ସେମାନେ ଭୁବନେଶ୍ବରରେ ବିକିବାକୁ ଯୋଜନା କରିଥିଲେ। ଆଜି ବିଶେଷସୂତ୍ରରୁ ଖବର ପାଇ ପୁଲିସ ଟିମ୍ ପଟାସ ବଣିଆ ଛକରୁ ସମସ୍ତଙ୍କୁ ଗିରଫ କରିଥିଲା।

ଏଠାରେ ପ୍ରକାଶଥାଉକି, ଚଳିତ ବର୍ଷ ଜାନୁଆରିରୁ ଏଯାଏ ୭୨ଟି ବ୍ରାଉନସୁଗାର ଜନିତ ମାମଲା ରୁଜୁ କରିବା ସହ ୧୩୪ଜଣଙ୍କୁ କୋର୍ଟ ଚାଲାଣ କରିସାରିଛି। ସେମାନଙ୍କଠାରୁ ମୋଟ୍‌ ୨ କେଜି ୨୩୮ ଗ୍ରାମର ବ୍ରାଉନସୁଗାର, ୭ ଲକ୍ଷ ୪୦ ହଜାର ଟଙ୍କା, ୩୧୦ ଗ୍ରାମର ସୁନା, ୪୫୦ ଗ୍ରାମ ରୁପା, ୬୧ଟି ମୋବାଇଲ ଫୋନ୍, ୨୬ଟି ଦୁଇ ଚକିଆ ଯାନ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe