ଏନ୍‌ସିଏସ୍‌ସି ଓ ଓକାକ୍‌ ନିଯୁକ୍ତି ମେଳାରେ ୧୦୦ ସଫଳ

Advertisment
ଏନ୍‌ସିଏସ୍‌ସି ଓ ଓକାକ୍‌ ନିଯୁକ୍ତି ମେଳାରେ ୧୦୦ ସଫଳ

ଭୁବନେଶ୍ବର: ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ଅଧୀନ ନ୍ୟାସନାଲ୍‌ କ୍ୟାରିୟର ସର୍ଭିସ ସେଣ୍ଟର ଫର୍‌ ଏସ୍‌ସି ଏସ୍‌ଟି(ଏନ୍‌ସିଏସ୍‌ସି) ଏବଂ କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍‌)ର ମିଳିତ ଉଦ୍ୟମରେ ଆଜି ତୋଷାଳି ଭବନଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ୩୦୦ରୁ ଅଧିକ ଆଶାୟୀ ଅଂଶ ଗ୍ରହଣ କରିଥିବା ବେଳେ ବିଭିନ୍ନ କମ୍ପାନି ୧୦୦ ପିଲାଙ୍କୁ ନିଯୁକ୍ତି ଦେବାକୁ ମନୋନୀତ କରିଛନ୍ତି।

ଏହି ମେଳାରେ ଏଲ୍‌ ଆଣ୍ଡ ଟି ଫିନାସ୍‌, ସନସିଡ୍‌ ଏଗ୍ରୋ, ମେଡ୍‌ପ୍ଲସ୍‌, ଗୋ-ସ୍ପିଡ୍‌ ଭଳି ୧୨ଟି ଜାତୀୟ ଓ ଅନ୍ତର୍ଜାତୀୟ କଂପାନି ଯୋଗ ଦେଇଥିଲେ। ଏନ୍‌ସିଏସ୍‌ସିର ଓଡ଼ିଶା ମୁଖ୍ୟ ତପନ କୁମାର ରାଉଳ କହିଛନ୍ତି ଯେ ପ୍ରତିବର୍ଷ ଏନ୍‌ସିଏସ୍‌ସି ପକ୍ଷରୁ ରାଜ୍ୟରେ ଏସ୍‌ସି ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କୁ ନିଶୁକ୍ଳ କମ୍ପ୍ୟୁଟର ପାଠ୍ୟକ୍ରମ ପାରଦର୍ଶିତା ବୃଦ୍ଧି, କମ୍ପିଟେଟିଭି ପାଠ୍ୟକ୍ରମ ଓ ପୁସ୍ତକ ଯୋଗାଇ ଦିଆଯାଇଥାଏ। ଏଥିସହ ପ୍ରତି ପିଲାଙ୍କୁ ମାସିକ ୧ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯାଇଥାଏ। ଏହାପରେ ପ୍ରତିବର୍ଷ ବିଭିନ୍ନ କମ୍ପାନିଙ୍କୁ ଡାକି ନିଯୁକ୍ତିର ସୁଯୋଗ ଦିଆଯାଏ। ଆଜିର ଏହି ନିଯୁକ୍ତି ମେଳାକୁ ନାଇଲେଟ୍‌ର ଉପନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଜେନା, ରବି କୁମାର ଓ କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ଦେବାଶିଷ ସ୍ବାଇଁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe