ୟୁଥ୍ ଭଏସରୁ ୧୦୭ ୟୁନିଟ୍ ରକ୍ତ ସଂଗୃହୀତ

Advertisment
ୟୁଥ୍ ଭଏସରୁ ୧୦୭ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୬୯ତମ ଜୟନ୍ତୀ ଅବସରରେ ୟୁଥ୍ ଭଏସ୍‌ର ସଭାପତି ତଥା ଆଇନଜୀବୀ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଞ୍ଚେଶ୍ବରସ୍ଥିତ ଲା’ ଫିଏଷ୍ଟାରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବିଧାୟକ ସୁଶାନ୍ତ ରାଉତ, ମୟୂରଭଂଜ ରାଜା ପ୍ରଦୀପ ଭଞ୍ଜଦେଓ ଓ ରାଣୀ ରଶ୍ମିରାଜଲକ୍ଷ୍ମୀ ଭଞ୍ଜଦେଓ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ୟୁଥ୍ ଭଏସ୍‌ର ଅଧ୍ୟକ୍ଷ ଶୁଭ୍ରାଂଶୁ ପାଢ଼ୀ, ଉପଦେ‌ଷ୍ଟା ପ୍ରକାଶ ରାଉତରାୟ, ଷ୍ଟେଟ୍ ୟୁଥ୍ ୱାର୍କିଂ ପ୍ରେସିଡେଣ୍ଟ ଦୁର୍ତି ମାର୍ଥା, ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନବିହାରୀ ଦାସ, କର୍ପୋରେଟର୍‌ ଏସ୍‌.କେ ନୁର୍ ହାସନ୍, କର୍ପୋରେଟର୍‌ ସ୍ମୃତିରେଖା ବରିସଲ, କର୍ପୋରେଟର୍‌ ପ୍ରଭାସିନୀ ମହାନ୍ତି ଓ ବିଜୁ ଯୁବ ଜନତା ଦଳର ଉପସଭାପତି ସୁବାସ ନାୟକ ଉପସ୍ଥିତ ଥିଲେ। ୟୁଥ୍ ଭଏସ୍‌ର ସଂପାଦକ ରାଜେଶ ମହାରଣା, ସଦସ୍ୟମାନଙ୍କ ମଧ୍ୟରୁ ପ୍ରଦୀପ ବରିସଲ, ପ୍ରତାପ ରାଉତରାୟ, ସଞ୍ଜୟ ବଳିଆରସିଂ, ରବିନାରାୟଣ ଖୁଣ୍ଟିଆ, ଦୁଃଶାସନ ଚୌଧୁରୀ, ତୃପ୍ତି ବେଉରା, ସନ୍ଦୀପ ଦାସ, ସୁରେଶ ସୁବୁଦ୍ଧି, ଜଗନ୍ନାଥ ଜେନା, ଉଷାରାଣୀ ଜେନା, ପୁରଞ୍ଜନ ପାଢ଼ୀ, ଭାରତ ଚମ୍ପତ୍ତିରାୟ, ଯତୀନ ସାମନ୍ତରାୟ, ଦିଲ୍ଲୀପ ନାୟକ, ନିହାର ରଞ୍ଜନ ପତି, ଅନିଲ ସ୍ବାଇଁ, ସଞ୍ଜୟ ପାତ୍ର, ଶରତ ଚନ୍ଦ୍ର ପ୍ରଧାନ, ସୁନୀଲ ଗନ୍ତାୟତ, ସିଦ୍ଧାର୍ଥ ସାମଲ, ଲୋକେଶ କୁମାର, ଲକ୍ଷ୍ମଣ ଖଟୁଆ, ଗୋବିନ୍ଦ ମଣ୍ଡଳ, ବିଚିତ୍ରାନନ୍ଦ ଖଟୁଆ ଓ ଅମୂଲ୍ୟ ବେହେରା ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନ ସଦସ୍ୟ ତଥା ଅନ୍ୟ ସ୍ବେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୧୦୭ଜଣ ଶିବିରରେ ରକ୍ତଦାନ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ୍ ରକ୍ତକେନ୍ଦ୍ର, କଟକର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତାମାନଙ୍କୁ ପ୍ରଶଂସାପତ୍ର ଓ ରକ୍ତଦାତା ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe