ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସ୍ବାସ୍ଥ୍ୟସେବାରେ ସାମିଲ ହେଲା ୨୬ଟି ନୂତନ ୧୦୮ ଆମ୍ବୁଲାନ୍‌ସ

image source-newindianexpress.com

ଭୁବନେଶ୍ବର: ନିଜେ ଭୋକରେ ରହି ଭୋକିଲାର ପେଟ ଭରି‌ଲେ। ଦୁଇ ଦିନର ଭୋକିଲା ମୁଁହରେ ଦାନା ଟିକେ ଦେଇ ନିଜ ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀ। ଘଟଣାଟି ହେଉଛି ବରଗଡ଼ ଜିଲ୍ଲାର।

ଗତକାଲି ରାତିରେ ୧୦୮ ଆମ୍ବୁଲାନ୍ସର ପାଇଲଟ ହିମାଂଶୁ ନାୟକ, ଇଏମ୍‌ଟି ଦିଗମ୍ବର ଦୁର୍ଗା, ହେଲ୍‌ପର୍‌ ମହେନ୍ଦ୍ର ମାଝୀ ପ୍ରମୁଖ ଜଣେ ରୋଗୀକୁ ବୁର୍ଲା ହସ୍‌ପିଟାଲ୍‌ରେ ଛାଡ଼ି କଳାହାଣ୍ଡି ଜିଲ୍ଲାକୁ ଫେରୁଥିଲେ। ବାଟରେ ଏକ ହୋଟେଲ ଖୋଲାଥିବାରୁ ସେମାନେ ସେଠାରୁ ନିଜ ପାଇଁ ରାତ୍ରି ଭୋଜନ ପାଇଁ ଖାଦ୍ୟ କିଣିଥିଲେ। କିନ୍ତୁ ସେମାନେ ବରଗଡ଼ ଟାଉନ୍‌ରେ ପହଞ୍ଚିଲା ବେଳକୁ ରାଜ୍ୟ କଡ଼ରେ ଜଣେ ନିଃସହାୟ ବ୍ୟକ୍ତିଙ୍କୁ ବସିଥିବାର ଦେଖିଥିଲେ। ଆମ୍ବୁଲାନ୍ସ କର୍ମଚାରୀମାନେ ସେଠାରୁ ଓହ୍ଲାଇ ବ୍ୟକ୍ତି ଜଣଙ୍କୁ ପଚାରିବାରୁ ଜାଣିବାକୁ ପାଇଲେ ଯେ, ସଂପୃକ୍ତ ବ୍ୟକ୍ତି ଜଣକ ଦୁଇ ଦିନ ହେଲା କିଛି ଖାଇନାହାନ୍ତି। କ୍ଷଣିକ ‌ବିଳମ୍ବ ନ କରି ଆମ୍ବୁଲାନ୍ସ କର୍ମଚାରୀମାନେ ବ୍ୟକ୍ତି ଜଣଙ୍କୁ ନିଜ ଖାଦ୍ୟ ‌ଓ ପାଣି ବୋତଲ ଦେଇ ଦେଇଥି‌ଲେ। ‌ଏବେ ଲକ୍‌ଡାଉନ୍‌ ସମୟରେ ସମସ୍ତେ ଏଭଳି ପରସ୍ପରକୁ ସାହାଯ୍ୟ କଲେ ନିହାତି ଭାବେ ଆମେ ଏ କରୋନା ଲଢ଼େଇରେ ହିଁ ଜିତିପାରିବା ବୋଲି ‌ଅନେକ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe