୧୦୮ତମ ଜଗନ୍ନାଥ କଥାମୃତ

Advertisment
୧୦୮ତମ ଜଗନ୍ନାଥ କଥାମୃତ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ୧୦୮ତମ ଶ୍ରୀଜଗନ୍ନାଥ କଥାମୃତ ଜାଗମରା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ପ୍ରବଚକ ଅଧ୍ୟାପକ ଗୁରୁପ୍ରସାଦ ମହାପାତ୍ର ଜଗନ୍ନାଥ ଚେତନା ଓ ଭକ୍ତିଭାବ ବାବଦରେ ପ୍ରବଚନ ଦେଇଥିଲେ। ପ୍ରାରମ୍ଭରେ ପ୍ରଶାନ୍ତ ବେହେରାଙ୍କ ସଂଯୋଜନାରେ ଦାମୋଦର ସେନାପତି, ପ୍ରତିମାରାଣୀ ପଣ୍ଡା, ଦିଲ୍ଲୀପ ମହାନ୍ତି, ବଟକୃଷ୍ଣ ପଣ୍ଡା ଜଗନ୍ନାଥଙ୍କ ଉପରେ ଆଧାରିତ ଭଜନ ଗାନ କରିଥିଲେ। ବିପିନ କୁମାର ନାୟକ ସଂଗୀତରେ ସହଯୋଗ କରିଥିଲେ। ପରିଷଦର ସଭାପତି ଗୋପୀନାଥ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଦେବେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe