ଭୁବନେଶ୍ବରରେ ୧୧ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌

ବିଏମ୍‌ସି ଅଞ୍ଚଳରୁ ୭ ଦିନରେ ୯୧ ସଙ୍ଗରୋଧ ଅଞ୍ଚଳ

eSakal

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଥମିବା ନାଁ ଧରୁନି। ଗତକାଲି ବିଏମ୍‌ସି ଅଞ୍ଚଳରୁ ୧୦୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାସ ଆରମ୍ଭରୁ କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ଉପରେ ରୋକ୍‌ ଲଗାଇବା ପାଇଁ ବିଏମ୍‌ସି ଯେଉଁ ଅଞ୍ଚଳରେ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ସେହି ସବୁ ଅଞ୍ଚଳ‌ରେ କଣ୍ଟେନ୍‌ମେଣ୍ଟ ଜୋନ୍‌ କରୁଛି। ବିଭିନ୍ନ ଅଞ୍ଚଳରେ ଆଜି ୧୧ଟି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି।
ୟୁନିଟ୍‌-୯ରେ ଥିବା ସରକାରୀ କ୍ବାର୍ଟର୍ସ ନଂ ୧ଇ-୪୫/୩, ୨ଆରଏ-୧୫, ସତ୍ୟନଗର ତୋଷାଳି ଆପାର୍ଟମେଣ୍ଟ ଫ୍ଲାଟ୍‌ ନଂ ୨୦୧, ଲକ୍ଷ୍ମୀସାହାରା ଏଲ୍‌ବି-୧୦୦, ଲକ୍ଷ୍ମୀସାଗର ପ୍ଲଟ୍‌ ନମ୍ବର ୪୦୫, ଶ୍ରୀରାମନଗର ପ୍ଲଟ୍‌ ନଂ ୮୧୪/୪୦୧୧, ଆଇଆରସି ଭିଲେଜ୍‌ ସିଭିକ୍‌ ସେଣ୍ଟର ୩/୧ଏ ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଆଞ୍ଚଳିକ ଶାଖା କାର୍ଯ୍ୟାଳୟ, ନହରକଣ୍ଟା ରୋଶନ୍‌ ଆପାର୍ଟମେଣ୍ଟ ଏଫ୍‌ଏନ୍‌-୮, ମୈତ୍ରୀ ବିହାର ପୁରୁଣା ଏଲ୍‌ଆଇସି କଲୋନି ବ୍ଲକ୍‌-୩ କୋର୍‌-ବି ଫ୍ଲାଟ୍‌ ନଂ ୫, ପଟିଆ ସମ୍ପର୍କ ବିହାର ପ୍ଲଟ୍‌ ନଂ-୫୬ ଓ ପଟିଆ ରିଗାଲ୍‌ ଡେଭଲପ୍‌ମେଣ୍ଟ ଆପାର୍ଟମେଣ୍ଟକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାରିକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଏଠାକୁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ବିଏମ୍‌ସିର ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe