୪ ଲୁଟେରାଙ୍କଠାରୁ ୧୧ ମୋବାଇଲ୍‌ ଜବତ

Advertisment
ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

ଭୁବନେଶ୍ବର: ପୃଥକ ପୃଥକ ମାମଲାରେ ଖଣ୍ଡଗିରି ଓ ଭରତପୁର ଥାନା ପୁଲିସ ଚଢ଼ଉ କରି ୪ କୁଖ୍ୟାତ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜିତୁ ସେନାପତି, ସନ୍ତୋଷ କୁମାର ରାଉତ, କାହ୍ନା ଦାସ ଓ ଦିଲ୍ଲୀପ ଝୁଆରସିଂହ। ସେମାନଙ୍କ ପାଖରୁ ୧୧ଟି ମୋବାଇଲ୍ ଫୋନ୍‌ ଓ ନଗଦ ୧୨ଶହ ଟଙ୍କା ଜବତ କରାଯାଇଛି। ଗତ ୨୧ତାରିଖ ରାତିରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନିରେ ରହୁଥିବା ମହମ୍ମଦ ସିବ୍‌ଗାତୁଲା ତାଙ୍କ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ମୋବାଇଲ୍ ଫୋନ୍‌ ଲୁଟି ନେଇଥିଲେ।

ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷକୁ ଡୁମୁଡୁମାରୁ ଉଠାଇବାପରେ କାହ୍ନା ଓ ଦିଲ୍ଲୀପକୁ ପୁଲିସ ରଣସିଂହପୁର ଗ୍ରାମରୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ୬ଟି ମୋବାଇଲ୍ ଜବତ କରାଯାଇଥିଲା। ଗତକାଲି ଉପେନ୍ଦ୍ର ଧଳ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ପକେଟ୍‌ରୁ ପର୍ସ ଓ ମୋବାଇଲ୍ ଝାମ୍ପି ନେଇ ଫେରାର୍ ହୋଇଯାଇଥିଲା। ଭରତପୁର ଥାନା ପୁଲିସ ଏହି ମାମଲାରେ ବରମୁଣ୍ଡା ଢିପସାହିର ଜିତୁ ସେନାପତିକୁ ଗିରଫ କରିଥିଲା। ତା’ ପାଖରୁ ୫ଟି ମୋବାଇଲ୍ ଓ ନଗଦ ୧୨ଶହ ଟଙ୍କା ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe