ସତ୍ୟନଗର ମଶାଣିରେ ଜଳିଲା ଆଉ ୧୧ ଆକ୍ରାନ୍ତଙ୍କ ଜୁଇ!

Advertisment
ସତ୍ୟନଗର ମଶାଣିରେ ଜଳିଲା ଆଉ ୧୧ ଆକ୍ରାନ୍ତଙ୍କ ଜୁଇ!

ଭୁବନେଶ୍ବର : ଓଡ଼ିଶାରେ ପ୍ରତିଦିନ କେତେଜଣ କରୋନାରେ ପ୍ରାଣ ହରାଉଛନ୍ତି, ତାହାର ପ୍ରକୃତ ଖବର ପଦାକୁ ଆସୁନି। ତେବେ ଗତ କିଛିଦିନ ହେଲା ରାଜଧାନୀର ସତ୍ୟନଗର ମଶାଣିରେ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ପାଇଁ ଲାଇନ୍ ଲାଗୁଛି। ଗତ ୨୪ ଘଣ୍ଟାରେ ଏଠାରେ ୧୧ କରୋନା ମୃତକଙ୍କ ଶବଦାହ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ମୃତକମାନେ ଭୁବନେଶ୍ବରର ନା ଅନ୍ୟ କେଉଁ ଜିଲ୍ଲାର, ତାହା ସ୍ପଷ୍ଟ ହୋଇପାରିନାହିଁ।

publive-image

ଗତକାଲି ୭ରୁ ୮ଜଣ କରୋନା ମୃତକଙ୍କ ଶବଦାହ ହୋଇଥିଲା। ରାଜଧାନୀର ବିଭିନ୍ନ ହସ୍ପିଟାଲରୁ ଏହି ଶବ ମଣାଣିକୁ ଆସୁଛି। ଏଥିରୁ କରୋନାର ଦ୍ବିତୀୟ ଲହର ଯେ କେତେ ଘାତକ ହେଲାଣି ତାହା ଅନୁମେୟ। କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ଏମିତି ବଢ଼ି ଚାଲିଲେ, ପୂର୍ବବର୍ଷ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe