ଗୃହ ନିର୍ମାଣ ଯୋଜନାରେ ୫୪ ବସ୍ତିର ୧୧ହଜାର ୪୩୩ ପରିବାର ତାଲିକାଭୁକ୍ତ

Advertisment
ଗୃହ ନିର୍ମାଣ ଯୋଜନାରେ ୫୪ ବସ୍ତିର ୧୧ହଜାର ୪୩୩ ପରିବାର ତାଲିକାଭୁକ୍ତ

Patrika

ଭୁବନେଶ୍ବର: ବସ୍ତିବାସିନ୍ଦାଙ୍କ ଉନ୍ନତି ପାଇଁ ବିଏମ୍‌ସି ଉଦ୍ୟମ ଅବ୍ୟାହତ ରଖିଛି। ନିକଟ ଭବିଷ୍ୟତରେ ୫୪ ବସ୍ତିର ୧୧ହଜାର ୪ଶହ ୩୩ ପରିବାରଙ୍କୁ ଘର ଯୋଗାଇ ଦିଆଯିବା ପାଇଁ ଯୋଜନା ହୋଇଛି। ଆଜି ମେୟର ସୁଲୋଚନା ଦାସ ଏହି ପ୍ରସଙ୍ଗର ସମୀକ୍ଷା କରିବା ସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କିଭଳି ଆଶ୍ରୟସ୍ଥଳ ଯୋଗାଇ ଦିଆଯିବ ସେନେଇ ଅଧିକାରୀମାନେ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଣ୍ଡପ ସାହି ବସ୍ତି, ରଙ୍ଗାମାଟିଆ, ମହିଷାଖାଲ ଓ ପଥରବନ୍ଧ ବସ୍ତି‌ରେ ରେ’(ରାଜୀବ ଆବାସ ଯୋଜନା)ରେ ଘର ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ୪୫୮ଟି ବସ୍ତିରେ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକ୍ଷମ ରହିଛି। ଏହି ଯୋଜନା ବାବଦରେ କର୍ପୋରେଟରମାନଙ୍କୁ ଯଥେଷ୍ଟ ସୂଚନା ଦେବାକୁ କୁହାଯାଇଛି।

ଫଳରେ ସେମାନେ ସେହି ନିର୍ଦ୍ଦିଷ୍ଟ ବସ୍ତିବାସିନ୍ଦାଙ୍କୁ ସଚେତନ କରାଇପାରିବେ। ତେବେ କେବଳ ରେ’ ନୁହେଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଗୃହ ନିର୍ମାଣ କରାଯିବାକୁ ବ୍ୟବସ୍ଥା ଥିବା ବୈଠକରେ ସୂଚନା ମିଳିଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି। ସେହିଭଳି ଜାଗା ମିସନକୁ ମଧ୍ୟ ମେୟର ଶ୍ରୀମତୀ ଦାସ ବୈଠକରେ ପ୍ରଧାନ୍ୟ ଦେଇଛନ୍ତି। ପ୍ରତି ୱାର୍ଡରେ ଅତିକମ୍‌ରେ ଗୋଟିଏ ଆଦର୍ଶ ବସ୍ତି ତିଆରି କରିବାକୁ ସମସ୍ତଙ୍କର ଉଦ୍ୟମ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ସ୍ଥାୟୀ କମିଟି ଅଧ୍ୟକ୍ଷା ମହାମାୟା ସ୍ବାଇଁ, ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe