ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତର ୧୧ ୱାର୍ଡ ସିଲ୍‌

Advertisment

ବାରଙ୍ଗରୁ ଆଉ ୩ କରୋନା ପଜିଟିଭ୍‌

ବାରଙ୍ଗରୁ ଆଉ ୩ କରୋନା ପଜିଟିଭ୍‌

ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତର ୧୧ ୱାର୍ଡ ସିଲ୍‌

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତରେ ଗୋଟିଏ ପରିବାର ଓ ତାଙ୍କ ସମ୍ପର୍କୀୟଙ୍କୁ ମିଶାଇ ମୋଟ ୭ ଜଣ ବ୍ୟକ୍ତି କରୋନା ସଂକ୍ରମିତ ବୋଲି ଗତକାଲି ଚିହ୍ନଟ ହୋଇଥିଲେ। ତେଣୁ ଆଜି ଏହି ପଞ୍ଚାୟତର ୧୧ଟି ୱାର୍ଡରେ ବାଲିଅନ୍ତା ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ପକ୍ଷରୁ କଡ଼ା ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ୧୧ଟିଯାକ ୱାର୍ଡକୁ ସରପଞ୍ଚ ବିଜୟ କୁମାର ସାହୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ୭ ଦିନ ପାଇଁ ଏହି ସମସ୍ତ ୱାର୍ଡକୁ ସିଲ୍‌ କରାଯାଇଛି। ଉକ୍ତ ପରିବାରର ଲୋକମାନଙ୍କ ସମ୍ପର୍କୀୟମାନେ ୧୧ଟି ଯାକ ୱାର୍ଡରେ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଉକ୍ତ ଅଞ୍ଚଳର ଲୋକମାନେ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରି ସହଯୋଗ ନେଇପାରିବେ ବୋଲି ସରପଞ୍ଚ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ବାରଙ୍ଗରୁ ଆଉ ୩ କରୋନା ପଜିଟିଭ୍‌
ବାରଙ୍ଗ : ବାରଙ୍ଗ ବ୍ଲକ କୁହ୍ନେଇପଡ଼ା ପଞ୍ଚାୟତରୁ ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ନିକଟରେ କୁହ୍ନେଇପଡ଼ାରୁ ଚିହ୍ନଟ ଭୁବନେଶ୍ବର ଟେକ୍‌ ମହିନ୍ଦ୍ରା କମ୍ପାନିର କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ବାରଙ୍ଗରୁ ମୋଟ ୬ ସଂକ୍ରମିତ ବାହାରିଲେଣି। ସେମାନଙ୍କ ମଧ୍ୟରୁ ଦାଢ଼ାପାଟଣାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe