ଓଡ଼ିଆ ସାହିତ୍ୟ, ଇତିହାସ ଓ ସଂସ୍କୃତିକୁ କେଦାରନାଥଙ୍କ ଅବଦାନ ଅତୁଳନୀୟ

Advertisment

ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୧ତମ ଜୟନ୍ତୀ

ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୧ତମ ଜୟନ୍ତୀ

ଓଡ଼ିଆ ସାହିତ୍ୟ, ଇତିହାସ ଓ ସଂସ୍କୃତିକୁ କେଦାରନାଥଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର: ପୋଥି, ପଥର ଓ ପ୍ରତ୍ନତତ୍ତ୍ୱର ମଣିଷ ଭାବେ ସମଗ୍ର ଓଡ଼ିଶାରେ ପ୍ରତିଷ୍ଠିତ ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ତଥା ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୧ତମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଅବସରପ୍ରାପ୍ତ ପ୍ରଶାସକ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ‘ସୋଆ’ର କୁଳପତି ଡା. ଅଶୋକ କୁମାର ମହାପାତ୍ର ମୁଖ୍ୟଅତିଥି, ବିଶିଷ୍ଟ ଐତିହାସିକ ଡ. ସୁବ୍ରତ କୁମାର ଆଚାର୍ଯ୍ୟ ମୁଖ୍ୟବକ୍ତା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ମନସ୍ବିନୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେଦାରନାଥଙ୍କ ଓଡ଼ିଆ ସାହିତ୍ୟ, ଇତିହାସ ଓ ସଂସ୍କୃତିକୁ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ରାମବିଭା, କଳ୍ପଲତା ଭଳି କାଳ୍ପନିକ କାବ୍ୟର ସମ୍ପାଦନା, ଖୁରୁଧା ଇତିହାସ ଓ ଭୁବନେଶ୍ୱର ଇତିହାସ ଭଳି ତଥ୍ୟଭିତ୍ତିକ ରଚନା ଏବଂ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଖନନ ମାଧ୍ୟମରେ ବହୁ ଅନାବିଷ୍କୃତ ମନ୍ଦିରର ପୁନରୁଦ୍ଧାର ପାଇଁ କେଦାରନାଥ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଅତିଥିମାନେ କହିଥିଲେ।

ଏହି ଅବସରରେ ପ୍ରତିଷ୍ଠାନ ପକ୍ଷରୁ ପ୍ରଫେସର୍‌ ବ୍ରଜକିଶୋର ସ୍ୱାଇଁଙ୍କୁ କୃଷ୍ଣଚନ୍ଦ୍ର ମିଶ୍ର ସଂସ୍କୃତି ସମ୍ମାନ, ଡା. ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ବୈଦ୍ୟବାସୁଦେବ ସ୍ମୃତି ସମ୍ମାନ, ଡ. ଜୟନ୍ତୀ ରଥଙ୍କୁ ମହାପାତ୍ର ଯତୀନ୍ଦ୍ର କୁମାର ଉପନ୍ୟାସ ସମ୍ମାନ, ଡ. ସୁଚେତା ପ୍ରିୟବାଦିନୀଙ୍କୁ ଲୋକନାଥ ଶତପଥୀ କଳା ସମ୍ମାନ ଓ ପ୍ରଭାତି ଜେନାଙ୍କୁ ଉମାକାନ୍ତ ମହାପାତ୍ର ଗଳ୍ପ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତନୟା ଦାସଗୋସ୍ୱାମୀ ଓ ଡକ୍ଟର ଜେନାମଣି ସଞ୍ଜୀବ କୁମାର ମାନପତ୍ର ପାଠ କରିଥିଲେ। ପ୍ରାରମ୍ଭରେ ପ୍ରତିଷ୍ଠାନର ଯୁଗ୍ମ ସମ୍ପାଦକ ଡ. ଦେବାଶିଷ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶାଶ୍ୱତୀ ଅନୁଷ୍ଠାନ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲା। ସମ୍ପାଦକ ରମେଶ ଚନ୍ଦ୍ର ପାଣି ପ୍ରାରମ୍ଭିକ ସୂଚନା ଓ ଯୁଗ୍ମ ସମ୍ପାଦକ ଅରୁଣ କୁମାର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe