ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌କୁ ୧୨ ଲକ୍ଷର ଚୂନ

Advertisment
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌କୁ ୧୨ ଲକ୍ଷର ଚୂନ

ଭୁବନେଶ୍ବର : ବ୍ୟାଙ୍କ୍‌ରୁ ୪ଲକ୍ଷ ଟଙ୍କାର ଋଣ ଆଣିଥିଲେ। ୧୩ ବର୍ଷ କାଳ ଋଣ ଟଙ୍କା ପରିଶୋଧ କଲେନି କି ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଧରାଛୁଆଁ ଦେଲେନି। ତେଣୁ ବ୍ୟାଙ୍କରେ ବନ୍ଧକ ରଖିଥିବା ଜମିକୁ ଜବତ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଲେ। କିନ୍ତୁ କାଗଜପତ୍ର ଯାଞ୍ଚ କରିବା ବେଳକୁ ଉକ୍ତ ଜମିଟି ୮ ବର୍ଷ ତଳୁ ବିକ୍ରି ସରିଛି ବୋଲି ଜଣାପଡ଼ିଲା। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ର ଟଙ୍କପାଣି ଶାଖାରେ ହୋଇଥିବା ଏ ଠକେଇ ସଂପର୍କରେ ଶାଖା ପ୍ରବନ୍ଧକ ରଜନୀକାନ୍ତ ମହାପାତ୍ର ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର ଏତଲାରେ ଉଲ୍ଲେଖ କରିଛନ୍ତି, ସୁଶାନ୍ତ କୁମାର ପାତ୍ର ୨୦୦୯ ଜାନୁଆରି ୧୦ ତାରିଖରେ ବ୍ୟାଙ୍କ୍‌ରୁ ପ୍ରାୟ ୪ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲା। ପ୍ରତିବଦଳରେ ବ୍ୟାଙ୍କ୍‌ରେ ରାଜାରାଣୀ ମୌଜାରେ ଥିବା ୨୦ଡିସିମିଲ୍‌ ଜାଗା ବନ୍ଧକ ରଖିଥିଲେ। ଟଙ୍କା ନେବାର କିଛି ବର୍ଷ ଯାଏ ଠିକ୍ ସମୟରେ କିସ୍ତି ଦେଉଥିଲେ। ମାତ୍ର ବନ୍ଧକ ରଖିଥିବା ଉକ୍ତ ଜମିକୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ୨୦୧୪ରେ ଆଉ ଜଣେ ଯୁବକଙ୍କୁ ବିକ୍ରି କରିଥିଲେ। ଜମି ବିକ୍ରି କରିବା ପରେ ଆଉ କିସ୍ତି ଶୁଝି ନ ଥିଲେ କି ଧରାଛୁଆଁ ଦେଇନଥିଲେ। ୨୦୨୨ ଜୁଲାଇ ବେଳକୁ ଏହି ଋଣ ପରିମାଣ ୧୨ଲକ୍ଷରୁ ଅଧିକ ଟଙ୍କାରେ ପହଞ୍ଚିଥିଲା। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଉକ୍ତ ଜମିକୁ ବିକ୍ରି କରିବା ପାଇଁ ଚାହିବା ବେଳକୁ ୮ବର୍ଷ ତଳୁ ଜମି ବିକ୍ରି ସରିଥିବା ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe