ବିଟ୍‌ କଏନ୍‌ ନାଁରେ ୧୩.୩୭ ଲକ୍ଷ ଲୁଟିଲେ ସାଇବର ଠକ

Advertisment

ଶେଷରେ ସଫ୍ଟଓ୍ୱେର୍‌ ଇଞ୍ଜିନିୟର ବି ଫସିଲେ

ଶେଷରେ ସଫ୍ଟଓ୍ୱେର୍‌ ଇଞ୍ଜିନିୟର ବି ଫସିଲେ

ବିଟ୍‌ କଏନ୍‌ ନାଁରେ ୧୩.୩୭ ଲକ୍ଷ ଲୁଟିଲେ ସାଇବର ଠକ

mint

ଭୁବନେଶ୍ବର: ଶେଷରେ ସଫ୍‌ଟୱେର୍‌ ଇଞ୍ଜିନିୟର ବି ସାଇବର ଠକଙ୍କ ଜାଲରେ ଫସିଲେ। ବିଟ୍‌ କଏନ୍‌ରେ ନିବେଶ କରିବାକୁ ଯାଇ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଇଂଜିନିୟର୍‌ ରିତେଶ ଅଗ୍ରଵାଲ ୧୩ ଲକ୍ଷ ୩୭ ହଜାର ଟଙ୍କା ହରାଇଛନ୍ତି। ଏନେଇ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ।

ସୂଚନାନୁସାରେ ରିତେଶ ଏକ ଫାଇନାନ୍ସ ସଂସ୍ଥାରେ କାମ କରନ୍ତି। ତାଙ୍କ ମୋବାଇଲ୍‌ ନମ୍ବରକୁ ତାଙ୍କ ଅଜାଣତରେ ଏକ ହ୍ବାଟସ୍‌ଆପ୍ ଗ୍ରୁପ୍‌ରେ ମିଶାଇ ଦିଆଯାଇଥିଲା। ସେହି ଗ୍ରୁପ୍‌ଟି ବିଟ୍ କଏନ୍ ନିବେଶ ଓ କାରବାର ସମ୍ପର୍କିତ ଥିଲା। ଡାଏନା ନାମକ ଜଣେ ଯୁବତୀ ରିତେଶଙ୍କୁ ଫୋନ୍ କରି ନିଜକୁ ବିଟ୍‌ କଏନ୍ ସ୍ପେସାଲିଷ୍ଟ ବୋଲି କହିଥିଲା।

ଡାଏନାର ପରାମର୍ଶକ୍ରମେ ରିତେଶ ଏକ ୱାଲେଟ୍‌ ଖୋଲି ବିଟ୍‌ କଏନ କିଣିଥିଲେ। ରିତେଶଙ୍କ ପ୍ରଥମେ ୧ ଲକ୍ଷ ୫ହଜାର ଟଙ୍କା ଲାଭ ହୋଇଥିଲା। ଏହା ପରେ ରିତେଶ ପ୍ରିମିୟମ ସଦସ୍ୟ ହୋଇଥିଲେ ଓ ଡା‌ଏନା କଥାରେ ଆଉ ଏକ ଵାଲେଟ ଖୋଲିଥିଲେ। ନୂଆ ୱାଲେଟ୍‌ ଖୋଲୁଖୋଲୁ ରିତେଶଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ୩୭ ହଜାର ଟଙ୍କା କଟି ଯାଇଥିଲା ଓ ଡାଏନା ନମ୍ବର ସୁଇଚ୍‌ ଅଫ୍ ହୋଇଯାଇଥିଲା। ଏହା ସାଇବର ଠକଙ୍କ କରାମତି ବୋଲି ରିତେଶ ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe