ଚନ୍ଦକାରେ ୧୩ ଏକର ଜଙ୍ଗଲ ଜମି ହଡପ, ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଚନ୍ଦକାରେ ୧୩ ଏକର ଜଙ୍ଗଲ ଜମି ହଡପ, ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

99acres.com

କଟକ : ଚନ୍ଦକା ଅଞ୍ଚଳରେ ଜଙ୍ଗଲ ଜମି ଚଞ୍ଚକତା କରି ହଡପ କରିବା ସଂପର୍କିତ ଅଭିଯୋଗର ଶୁଣାଣି କରି ଉପଯୁକ୍ତ ନିଷ୍ପତ୍ତି ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କୁ ଜିଲ୍ଲାପାଳଙ୍କ ତରଫରୁ ନୋଟିସ୍ କରାଯିବ। ସମସ୍ତ ପକ୍ଷଙ୍କୁ ଶୁଣାଣି କରି ବିବାଦୀୟ ୧୩ ଏକର ୫ ଡିସିମିଲ ଜମି ପ୍ରସଂଗରେ ଜିଲ୍ଲାପାଳ ସାନି ନିଷ୍ପତ୍ତି ଗ୍ରହଣ କରିବେ। ଏପ୍ରିଲ ୪ ସୁଦ୍ଧା ଜିଲ୍ଲାପାଳ ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.କେ. ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ୨୨ଏକର ୫ ଡିସିମିଲ ଜଙ୍ଗଲ ଜମି ନିର୍ଦ୍ଦିଷ୍ଟ ବ୍ୟକ୍ତିମାନେ ଚଞ୍ଚକତା କରି ନିଜ ନାଁରେ ରେକର୍ଡ କରାଇଥିଲେ ବୋଲି ଅଭିଯୋଗ କରି ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଜଟଣୀ ତହସିଲଦାର ଦାଖଲ କରିଥିବା ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ଏହି ଜମିରୁ ୯ ଏକର ଜମି ସରକାରୀ ଖାତାକୁ ଫେରିଛି। ଅବଶିଷ୍ଟ ଜମିକୁ ନେଇ ବିବାଦ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe