Justdial
ଚନ୍ଦ୍ରଶେଖରପୁର: ଜେଇଇ ମେନ୍ ସେସନ୍-୧ ପରୀକ୍ଷାରେ ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ୍ ଛାତ୍ରଛାତ୍ରୀ ଅଭୂତପୂର୍ବ କୃତିତ୍ୱ ହାସଲ କରି ବିଦ୍ୟାଳୟକୁ ଗୌରବମଣ୍ଡିତ କରିଛନ୍ତି। ପ୍ରିୟାଂଶୁ ସାମନ୍ତରାୟ ୯୯.୯୦ ପର୍ସେଣ୍ଟାଇଲ୍ ରଖିଥିବା ବେଳେ ଦିବେଶ୍ ଚୌଧୁରୀ ୯୯.୮୩, ପ୍ରତ୍ୟୁଷ କୁମାର ପଣ୍ଡା ୯୯.୮୪ ପର୍ସେଣ୍ଟାଇଲ୍ ରଖି ବିଦ୍ୟାଳୟସ୍ତରରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନରେ ରହିଛନ୍ତି।
୧୪ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍ରୁ ଅଧିକ ରଖିଥିବା ବେଳେ ୪୧ଜଣ ୯୫ ପର୍ସେଣ୍ଟାଇଲ୍ ଉପରେ ଅଛନ୍ତି। ଏହି ପରୀକ୍ଷାରେ ୬୬ଜଣ ଛାତ୍ରଛାତ୍ରୀ ୯୦ ପର୍ସେଣ୍ଟାଇଲ୍ ଉପରେ ଅଛନ୍ତି। ଓଡିଏମ୍ ଶିକ୍ଷା-ସମୂହର ପ୍ରତିଷ୍ଠାତା ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଓ) ସ୍ୱୟନ୍ ସତ୍ୟେନ୍ଦୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଅଧ୍ୟକ୍ଷଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।
Follow Us