ରାଜଧାନୀରେ ନିଶା ଔଷଧ କାରବାର; ୧୪୦ ବୋତଲ କଫ୍ ସିରପ୍ ଜବତ, ୨ ଗିରଫ

ଛାତ୍ର, ଯୁବକଙ୍କୁ ବିକ୍ରି କରିବାର ଯୋଜନା ଥିଲା

ରାଜଧାନୀରେ ନିଶା ଔଷଧ କାରବାର; ୧୪୦ ବୋତଲ କଫ୍ ସିରପ୍ ଜବତ, ୨ ଗିରଫ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ଆସିବା ପରେ ବ୍ୟାପକ ଚଢ଼ଉ ଚାଲିଥିବାବେଳେ ରାଜଧାନୀରେ ବି ନିଶା ଔଷଧ ବିକ୍ରି ହେଉଥିବା ଜଣାପଡ଼ିଛି। ନିଶା ପାଇଁ ଛାତ୍ର, ଯୁବକଙ୍କୁ କଫ୍ ସିରପ ବିକ୍ରି କରିବାକୁ ଯାଉଥିବା ବେଳେ ବଡ଼ଗଡ଼ କେନାଲ ରୋଡରୁ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇ ଜଣ ହେଲେ ଲକ୍ଷ୍ମୀସାଗର ଫେଜ୍ -୨ରେ ରହୁଥିବା ଦୁର୍ଗାଦତ୍ତ ଜୟସିଂ ଓ ବଡ଼ଗଡ଼ ବ୍ରିଟ କଲୋନୀ ପାଣିଟାଙ୍କି ପରିସରରେ ରହୁଥିବା ଜ୍ଞାନରଞ୍ଜନ ପଟ୍ଟନାୟକ।ସେମାନଙ୍କ ନିକଟରୁ ଗୋଟିଏ ପେଟି କଫ ସିରପ୍ ଜବତ କରାଯାଇଛି। ଏହି ପେଟିରେ ୧୪୦ ବୋତଲ କଫ୍ ସିରପ୍ ରହିଥିବା ବେଳେ ଦୁଇ ଅଭିଯୁକ୍ତଙ୍କ ସ୍କୁଟି ଓ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ।

ପୁଲିସ ସୂଚନା ଅନୁସାରେ, ଜବତ କରାଯାଇଥିବା କଫସିରପ୍ ନାଁ ଏସକଫ୍। ଏଥିରେ କୋଡେନ୍ ଫସଫେଟ୍ ନାମରେ ନିଶାଯୁକ୍ତ କେମିକାଲ ରହିଛି। ତେଣୁ ଅଧିକ ନିଶା ହେବା ଲାଗି ଯୁବବର୍ଗ ଗୋପନରେ ଏହି କଫ୍‌ ସିରପ୍ କିଣି ପିଉଛନ୍ତି। ପୂର୍ବରୁ ମଧ୍ୟ ଏହି ଦୁଇ ଅଭିଯୁକ୍ତ ରାଜଧାନୀରେ ଏହି ନିଶା ଔଷଧ କାରବାର କରୁଥିବା ସନ୍ଦେହ କରାଯାଉଛି। ବଡ଼ଗଡ଼ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe