ଦୂରଦର୍ଶୀର ଚତୁର୍ଦ୍ଦଶ ସ୍ବନକ୍ଷତ୍ର ଉତ୍ସବ, ପ୍ରକୃତିର ସୁରକ୍ଷା ପାଇଁ ଚିନ୍ତନ ଜରୁରୀ

ଦୂରଦର୍ଶୀର ଚତୁର୍ଦ୍ଦଶ ସ୍ବନକ୍ଷତ୍ର ଉତ୍ସବ, ପ୍ରକୃତିର ସୁରକ୍ଷା ପାଇଁ ଚିନ୍ତନ ଜରୁରୀ

ଭୁବନେଶ୍ବର: ପୃଥିବୀର ପ୍ରାକୃତିକ ପରିବେଶ ଉପରେ ପ୍ରଚଣ୍ଡ ଆକ୍ରମଣ ଚାଲିଛି। ଯାହାକି ପୃଥିବୀର ଦୁଃଖ ଓ ଦୁର୍ଦ୍ଦଶାର କାରଣ ହୋଇଛି। ବର୍ତ୍ତମାନ ଏନେଇ ଚିନ୍ତନର ଆବଶ୍ୟକତା ରହିଛି। ଚିନ୍ତନ ଦ୍ବାରା ଆମେ ପୃଥିବୀକୁ ଏହି ଦୁର୍ଦ୍ଦଶାରୁ ବଞ୍ଚାଇ ପାରିବା। ପ୍ରତିଦିନ ଆମ ଚାରିପାଖରେ ଘଟୁଥିବା ପ୍ରାକୃତିକ ଘଟଣାରେ ଭଗବାନଙ୍କର ଉପସ୍ଥିତି ଅନୁଭବ କରିହେବ। ମାତ୍ର ତାକୁ ଆମେ ଅନୁଭବ ନକରି ଅପ୍ରାକୃତିକ ଘଟଣା ପଛରେ ଗୋଡ଼ାଉଛେ। ଆମକୁ ଏସଂପର୍କରେ ଅଧିକ ସଚେତନ ହେବାକୁ ବଢ଼ିବ। ଜୟଦେବ ଭବନଠାରେ ଆୟୋଜିତ ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ‘ଦୂରଦର୍ଶୀ’ର ଚତୁର୍ଦ୍ଦଶ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି।

ପତ୍ରିକାର ସଂପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ‘ଦୂରଦର୍ଶୀ’ର ସ୍ବନକ୍ଷତ୍ର ବିଶେଷାଙ୍କ ଲୋକାର୍ପିତ ହୋଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ରଞ୍ଜନ କୁମାର ଦାସ, ସୁରେନ୍ଦ୍ର ନାଥ ପଣ୍ଡା, ଅୟଶକାନ୍ତ ମହାନ୍ତି, ସତ୍ୟବ୍ରତ ତ୍ରିପାଠୀ, ସଞ୍ଜୟ କୁମାର ଲାଠ, ରାଜଶେଖର ପରମାଣିକ, ସଞ୍ଜୟ କୁମାର ଚୌଧୁରୀ, ଶଶାଙ୍କ ଚୂଡ଼ାମଣି, ଦେବାଶିଷ ମିଶ୍ର, ଗୌରଚନ୍ଦ୍ର ମହାପାତ୍ର, ମନୋଜ କୁମାର ବେହେରା ପ୍ରମୁଖଙ୍କୁ ‘ଦୂରଦର୍ଶୀ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe