ପୁଣି ଗୁହାଳରୁ ଉଠାଇନେଲେ ୧୫ ଛେଳି

Advertisment
୨ ଗୁହାଳରୁ ନେଇଗଲେ ୧୭ ଛେଳି

DeshGujarat

ବାଲିଅନ୍ତା : ସ୍ଥାନୀୟ ଅଞ୍ଚଳରେ ଛେଳିମେଣ୍ଢା ଚୋରଙ୍କ ଉତ୍ପାତ ଥମିବା ନାଁ ଧରୁନାହିଁ। ପୁଣି ଗତକାଲି ରାତିରେ ବାଳକାଟି ଫାଣ୍ଡି ଲୁଣା ମୌଜା ପଞ୍ଚାୟତ ଅଫିସ ନିକଟରେ ରହୁଥିବା ପ୍ରେମଲତା ସାହୁଙ୍କ ଗୁହାଳରୁ ଦୁର୍ବୃତ୍ତମାନେ ୧୫ଟି ଛେଳି ଉଠାଇ ନେଇଛନ୍ତି। ଏ ନେଇ ପ୍ରେମଲତା ଆଜି ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଛେଳି ଚୋରଙ୍କ ଟେର୍‌ ପାଇନାହିଁ।

ସୂଚନାନୁସାରେ ପ୍ରେମଲତା କେବଳ ଛେଳି ପାଳନ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଛାଡ଼ଖାଇରେ ସେ ଛେଳି ବିକି ଘର ମରାମତି କରିବେ ବୋଲି ଲକ୍ଷ୍ୟ ରଖିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ପ୍ରେମଲତାଙ୍କ ଗୁହାଳ ଖାଲି କରି ତାଙ୍କୁ ସର୍ବସ୍ବାନ୍ତ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ପ୍ରତାପରୁଦ୍ରପୁର ଗ୍ରାମର ସୁକାନ୍ତ ଭୋଇଙ୍କ ଗୁହାଳରୁ ଦୁର୍ବୃତ୍ତମାନେ କାର୍‌ ଲଗାଇ ୧୫ଟି ଛେଳି ଉଠାଇ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe