୧୫ଲକ୍ଷ ଟଙ୍କାର ଗହଣା ଚୋରି, ଘରୋଇ ସହାୟକ ଗିରଫ

Advertisment
୧୫ଲକ୍ଷ ଟଙ୍କାର ଗହଣା ଚୋରି, ଘରୋଇ ସହାୟକ ଗିରଫ

ଭୁବନେଶ୍ବର: ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ନେଇ ଚମ୍ପଟ୍ ମାରିଥିବା ଘରୋଇ ସହାୟକକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ସେ ହେଲା, ମୟୂରଭଂଜ ବୈଶିଙ୍ଗାର ରାକେଶ ମହାନ୍ତି। ତା’ ପାଖରୁ ପୁଲିସ ଚୋରି ହୋଇଥିବା ସମସ୍ତ ଗହଣା ଜବତ କରିଛି।

ଅଭିଯୋଗକାରୀ ଲିଲିପ୍ କୁମାର ଜେନାଙ୍କ ଏତଲା ଅନୁଯାୟୀ ରାକେଶ ଗତ ୮ବର୍ଷ ହେଲା ତାଙ୍କ ନୂଆପଲ୍ଲୀ ନୀଳକଣ୍ଠନଗର ଲେନ୍‌-୨‌ସ୍ଥିତ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲା। ଗତ ୨୯ ଜୁଲାଇରେ ପୁଅ ଦେହ ଅସୁସ୍ଥ ହେବାରୁ ଲିଲିପ୍‌ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ସେଠା‌‌ରେ ପରିବାରଲୋକ ପାଖାପାଖି ୬ ଦିନ କାଳ ପୁଅକୁ ଜଗି ରହିଥିଲେ। ଏହାର ସୁଯୋଗ ନେଇ ରାକେଶ ତାଙ୍କ ଘରୁ ଆଲ୍‌ମିରାରେ ଥିବା ପାଖାପାଖି ୨୩୫ ଗ୍ରାମ୍‌ର ଗହଣା ଚୋରି କରି ନେଇଥିଲା। ପରେ ଏ ସଂପର୍କରେ ଜଣାପଡ଼ିବାରୁ ରାକେଶ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଘଟଣାର ତଦନ୍ତ କରି ରାକେଶକୁ ପଚରାଉଚରା କରିବାରୁ ସେ ସତ ମାନି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe