କ୍ୟାପିଟାଲ ହସ୍ପିଟାଲ ବୁଲିଲେ ୧୫ ନୂତନ ଆଏଏସ୍‌

Advertisment

ହସ୍ପିଟାଲର ପରିମଳକୁ ପ୍ରଶଂସା

ହସ୍ପିଟାଲର ପରିମଳକୁ ପ୍ରଶଂସା

ଖୋଲିଲା କ୍ୟାପିଟାଲ ହସ୍ପିଟାଲ ରେଗୁଲାର ଓଟି : ବାଙ୍କୀରୁ ଆସିଲେ ଆନେସ୍ଥେସିଆ ବିଶେଷଜ୍ଞ

ଭୁବନେଶ୍ୱର: ପୂର୍ବାଞ୍ଚଳ କ୍ୟାଡରରେ ନିଯୁକ୍ତ ହୋଇଥିବା ୧୫ଜଣ ନୂତନ ଆଇଏଏସ୍‌ ଆଜି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେମାନେ ହସ୍ପିଟାଲ ପରିସରରେ ଥିବା ଓ୍ଵାନ୍‌ ଷ୍ଟପ ସେଣ୍ଟର ‘ସଖୀ’ ସହିତ ବହିର୍ବିଭାଗ, ଅସ୍ତ୍ରୋପଚାର ଗୃହ ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଥିଲେ। କ୍ୟାପିଟାଲ ହସ୍ପିଟାଲର ସଫାସୁତରା ଓ ପରିମଳ ବ୍ୟବସ୍ଥାକୁ ସେମାନେ ପ୍ରଶଂସା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୂର୍ବାଞ୍ଚଳ କ୍ୟାଡରରେ ନିଯୁକ୍ତ ହୋଇଥିବା ନୂତନ ଆଇଏଏସ୍‌ ଆଜି ସକାଳ ୧୧ଟା ସମୟରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅଧିକାରୀମାନେ ପ୍ରଥମେ ଓ୍ଵାନ ଷ୍ଟପ୍‌ ସେଣ୍ଟର ‘ସଖୀ’ ପରିଦର୍ଶନ କରିଥିଲେ। ସଖୀର ଆଡମିନିଷ୍ଟ୍ରେଟର ତାଙ୍କୁ ଏ ସଂପର୍କରେ ଏକ ପାଓ୍ଵାର ପଏଣ୍ଟ ପ୍ରେଜେଣ୍ଟେସନ୍‌ ପ୍ରଦାନ କରିଥିଲେ। ଅଧିକାରୀମାନେ ମଧ୍ୟ ଏ ସଂପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ। ପ୍ରାୟ ୧୫/୨୦ମିନିଟ୍‌ ସେଠାରେ ରହିବା ପରେ ସେମାନେ ହସ୍ପିଟାଲର ବହିର୍ବିଭାଗ, ଅସ୍ତ୍ରୋପଚାର ଗୃହ ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଥିଲେ। ପ୍ରାୟ ୨ଘଣ୍ଟା ହସ୍ପିଟାଲରେ ରହିବା ପରେ ସେମାନେ ଚାଲି ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ, ଅଧୀକ୍ଷକ ଡା.ଏମ୍‌.ଆର ଦାସ, ଓଏମ୍‌ସିର ଅଧିକାରୀ ମନୋଜ ସ୍ୱାଇଁ ଓ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe