‘ମୋ ବସ୍‌’ରୁ ୧୫ହଜାର ଚୋରି

Advertisment
‘ମୋ ବସ୍‌’ରୁ ୧୫ହଜାର ଚୋରି

Pragativadi

ଭୁବନେଶ୍ବର: ମୋ ବସ୍‌ରୁ ଆଜି ପୁଣି ଚୋରି ହୋଇଛି। ବରମୁଣ୍ଡାରୁ କଟକ ଯାଉଥିବା ଆନନ୍ଦ ଗୌଡ଼ଙ୍କ ଠାରୁ ୧୫ହଜାର ୪ଶହ ଟଙ୍କା ଚୋରି ହୋଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ ଗଞ୍ଜାମ ପୁରୁଷୋତ୍ତମପୁର ଅଞ୍ଚଳର ଆନନ୍ଦ ୧୯ ନମ୍ବର ରୁଟ୍‌ରେ ଚାଲୁଥିବା ମୋ ବସ୍‌ରେ କଟକ ଯାଉଥିଲେ।

ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ମଧ୍ୟରେ ତାଙ୍କ ପକେଟରୁ କେହି ୧୫,୪୦୦ଟଙ୍କା ଚୋରି କରି ନେଇଥିଲା। ଟଙ୍କା ଚୋରି ହୋଇଥିବା ଜାଣିପାରି ସେ ବସ୍‌ ଗାଇଡଙ୍କୁ ଜଣାଇଥିଲେ। ଗାଇଡ୍‌ଙ୍କ ଠାରୁ ଖବର ପାଇ ସହିଦନଗର ଥାନା ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗକାରୀ ଓ ବସ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ମାତ୍ର ଚୋରି ବିଷୟରେ କିଛି ଜଣା ନ ପଡ଼ିବାରୁ ବସ୍‌ଟିକୁ ଛାଡ଼ି ଦେଇଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe