ପୋଡ଼ିଗଲା ୧୫୦ ପରିବାରର ବୈଦ୍ୟୁତିକ ଉପକରଣ: ହଠାତ୍ ଆସିଗଲା ୪୪୦ ଭୋଲ୍‌ଟ

Advertisment

ଲାଇନ୍‌ କଟିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପାଇ ଟ୍ରାନ୍‌ସଫର୍ମର୍‌ ତ୍ରୁଟି ମରାମତି କଲେ କର୍ମଚାରୀମାନେ। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ନୂଆ ପ୍ୟାନେଲ୍‌ ବୋର୍ଡ ବସାଇଲେ। କିନ୍ତୁ ଫଳ ‌ହେଲା ଓଲଟା।

ଲାଇନ୍‌ କଟିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପାଇ ଟ୍ରାନ୍‌ସଫର୍ମର୍‌ ତ୍ରୁଟି ମରାମତି କଲେ କର୍ମଚାରୀମାନେ। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ନୂଆ ପ୍ୟାନେଲ୍‌ ବୋର୍ଡ ବସାଇଲେ। କିନ୍ତୁ ଫଳ ‌ହେଲା ଓଲଟା।

dgjgddgjgjd

ବାଲିଅନ୍ତା ବଜାର: ଲାଇନ୍‌ କଟିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପାଇ ଟ୍ରାନ୍‌ସଫର୍ମର୍‌ ତ୍ରୁଟି ମରାମତି କଲେ କର୍ମଚାରୀମାନେ। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ନୂଆ ପ୍ୟାନେଲ୍‌ ବୋର୍ଡ ବସାଇଲେ। କିନ୍ତୁ ଫଳ ‌ହେଲା ଓଲଟା। ପ୍ୟାନେଲ୍‌ ବୋର୍ଡ ବସାଇବାରେ ତ୍ରୁଟି ରହିଯିବାରୁ ହଠାତ୍ ୪୪୦ ଭୋଲ୍‌ଟ ଯୋଗାଣ ହୋଇଗଲା। ଫଳରେ ଗାଁର ୧୫୦ ପରିବାରର ବହୁ ବୈଦ୍ୟୁତିକ ଉପକରଣ ପୋଡ଼ିଗଲା। ବହୁ ଲୋକଙ୍କ ଟିଭି, ଫ୍ରିଜ୍‌, ମଟର ଓ ସିସିଟିଭି ଆଦି ପୋଡ଼ି ନଷ୍ଟ ହୋଇଗଲା। ପୁଣି ଲାଇନ୍‌ କଟିଯିବାରୁ ଗାଁଟିଯାକର ସମସ୍ତଙ୍କ ଘର ଅନ୍ଧାର ହୋଇଗଲା। ଆଜି ଏମିତି ଏକ ଘଟଣାକୁ ନେଇ ବାଲିଅନ୍ତା ପାଟଣା ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ବନ୍ଧକ ରଖି ଆନ୍ଦୋଳନ କଲେ। କ୍ଷତିପୂରଣ ଦାବିରେ ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖିଥିବା ବେଳେ ପୁଲିସ ସେମାନଙ୍କୁ ବୁଝାସୁଝା କରି ଅଟକ କର୍ମଚାରୀଙ୍କୁ ମୁକୁଳାଇଛି।    

ହଠାତ୍ ଆସିଗଲା ୪୪୦ ଭୋଲ୍‌ଟ
ବିଦ୍ୟୁତ୍ କର୍ମଚାରୀ ବନ୍ଧକ

ଫୁଲନଖରା ବିଦ୍ୟୁତ୍ ସେକ୍ସନ ଅନ୍ତର୍ଗତ ପାଟଣା ରଣାସାହିରେ ଥିବା ୧୦୦ କିଲୋୱାଟ୍‌ ଟ୍ରାନ୍‌ସଫର୍ମର୍‌ରେ କିଛି ସମସ୍ୟା ଦେଖାଦେବାରୁ ଲାଇନ୍‌ କଟିଥିଲା। ରାତି ୭ଟା ବେଳେ ବିଦ୍ୟୁତ୍ କର୍ମଚାରୀମାନେ ସେଠାରେ ପହଞ୍ଚି ମରାମତି କାମ କରିଥିଲେ। ପ୍ୟାନେଲ୍‌ ବୋର୍ଡରେ ସମସ୍ୟା ଥିବାରୁ ସେମାନେ ନୂଆ ବୋର୍ଡ ବସାଇଲେ। ଏହାପରେ ଲାଇନ୍‌ ଦିଆଯାଇଥିଲା। ମାତ୍ର ହଠାତ୍ ସମସ୍ତଙ୍କ ଘରକୁ ୪୪୦ ଭୋଲ୍‌ଟ ଲାଇନ୍‌ ପ୍ରବାହିତ ହୋଇଥିଲା। ଫଳରେ ବହୁ ଲୋକଙ୍କ ଘରେ ଲାଗିଥିବା ବୈଦ୍ୟୁତିକ ଉପକରଣ ସବୁ ପୋଡ଼ିଯାଇଥିଲା ଏବଂ ଲାଇନ୍‌ କଟିଯାଇଥିଲା। ଏହା ଦେଖି ମରାମତି କରୁଥିବା କର୍ମଚାରୀମାନେ ଭୟରେ ସେଠାରୁ ପଳାଇଥିଲେ। ଗ୍ରାମବାସୀମାନେ ଏକାଠି ହୋଇ ଟ୍ରାନ୍‌ସଫର୍ମର ପାଖକୁ ଆସିବା ବେଳକୁ କେହି ନଥିଲେ। କିଛି ସମୟ ପରେ ସ୍ଥାନୀୟ ଲାଇନ୍‌ମ୍ୟାନ୍‌ ଓ ଅନ୍ୟ କିଛି କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖିବା ମାତ୍ରେ ଗ୍ରାମବାସୀଙ୍କ କ୍ରୋଧ ବଢ଼ିଯାଇଥିଲା ଏବଂ ସେମାନେ ବିଦ୍ୟୁତ୍ କର୍ମଚାରୀଙ୍କୁ ଘେରି ଅଟକ ରଖିଥିଲେ। ଅଟକ ବିଦ୍ୟୁତ୍ କର୍ମଚାରୀମାନେ କହିଥିଲେ ଯେ ଟ୍ରାନ୍‌ସଫର୍ମର ମରାମତି କରୁଥିବା କର୍ମଚାରୀମାନେ ଏକ ଠିକା ସଂସ୍ଥାର। ସେମାନେ ଭୁଲ୍‌ କରିଛନ୍ତି। ପ୍ୟାନେଲ୍‌ ବୋର୍ଡ ବସାଇବାରେ ତ୍ରୁଟି ରହିଛି। କିନ୍ତୁ ସେମାନେ ଯେତେ ବୁଝାଇଲେ ବି କେହି ବୁଝିବା ଅବସ୍ଥାରେ ନ ଥିଲେ। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ରବୀନ୍ଦ୍ର ମେହେର ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏନେଇ ଫୁଲନଖରା ସେକ୍ସନର ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ବିଶ୍ବାଳଙ୍କ କହିବା କଥା ଠିକା ସଂସ୍ଥାର କର୍ମଚାରୀମାନଙ୍କ ଭୁଲ୍ ପାଇଁ ଏଭଳି ପରିସ୍ଥିତି ଉପୁଜିଛି। ଏନେଇ ସେ ଉଚ୍ଚଅଧିକାରୀଙ୍କୁ ଜଣାଇବେ। ଉପଭୋକ୍ତାଙ୍କ କ୍ଷତିପୂରଣ ପାଇଁ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। କ୍ଷତିପୂରଣ ନ ମିଳିଲେ, ଉପଭୋକ୍ତାମାନେ ବିଦ୍ୟୁତ୍ କାର୍ଯ୍ୟାଳୟ ଅଚଳ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe