କ୍ୟାପିଟାଲ ହସ୍ପିଟାଲର ୧୫ଶହ କର୍ମଚାରୀ ଟିକା ନେବେ

Advertisment

୧୫୧ କର୍ମଚାରୀଙ୍କୁ ଯାଇଥିଲା ମେସେଜ୍, ଟିକା ନେବାରୁ ବାଦ୍ ପଡ଼ିଲେ କିଛି କର୍ମଚାରୀ

୧୫୧ କର୍ମଚାରୀଙ୍କୁ ଯାଇଥିଲା ମେସେଜ୍, ଟିକା ନେବାରୁ ବାଦ୍ ପଡ଼ିଲେ କିଛି କର୍ମଚାରୀ

ଜଟିଳ ହେଉଛି ଟିକା ଅଭାବ, ବନ୍ଦ ହେଲାଣି ୭ଶହ ଟିକାକରଣ କେନ୍ଦ୍ର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରୁ ହିଁ ରାଜ୍ୟର କରୋନା ଟିକାକରଣର ଶୁଭାରମ୍ଭ ହୋଇଛି। ହସ୍ପିଟାଲର କାର୍ଯ୍ୟ କରୁଥିବା କର୍ମଚାରୀ ବିରଞ୍ଚି ନାୟକ ପ୍ରଥମେ ଓ ଡାକ୍ତର ଭାବେ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ ଟିକା ନେଇ ଅନ୍ୟମାନଙ୍କ ମନରୁ ଭୟ ଦୂର କରିଥିଲେ। ତେବେ ଆଜିର ଟିକାକରଣ ପାଇଁ ୧୫୧ଜଣଙ୍କୁ ମେସେଜ୍ ପଠାଯାଇଥିଲା। ତହିଁରୁ ଅନେକ ହିତାଧିକାରୀ କିନ୍ତୁ ଟିକା ନେଇପାରି ନ ଥିଲେ। ଗତ ୨/୩ଦିନ ପୂର୍ବରୁ ହସ୍ପିଟାଲରେ ଦିଆଯାଇଥିବା ହେପାଟାଇଟିସ୍ ଓ ଅନ୍ୟ ଟିକା ନେଇଥିବାରୁ ଆଜିର ଟିକାକରଣରେ ସେମାନେ ସାମିଲ ହୋଇପାରି ନ ଥିଲେ। ଯାହାକୁ ନେଇ ଅନେକ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି। ଟିକାରେ ଆମ ନାଁ ରହିଥିବାରୁ ଅନ୍ୟ ଟିକା ଦେବାର କୌଣସି ଆବଶ୍ୟକତା ନ ଥିଲା ବୋଲି କର୍ମଚାରୀମାନେ କହିଛନ୍ତି। ଏଥିରେ ଷ୍ଟାଫ୍‌ନର୍ସଙ୍କଠାରୁ ଆରମ୍ଭ କରି ଇଲେକଟ୍ରିକାଲ ଓ ଅନ୍ୟ ବିଭାଗର କର୍ମଚାରୀ ରହିଛନ୍ତି। ଆସନ୍ତା ୧୪ ଦିନ ପରେ ସେମାନେ କରୋନା ଟିକା ନେବେ ବୋଲି ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲର ଯେଉଁ ୧୫ଶହ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ; ଏଥିରେ ଡାକ୍ତର, ଷ୍ଟାଫ୍‌ନର୍ସ, ସଫେଇ କର୍ମଚାରୀ, ଆଟେଣ୍ଡାଣ୍ଟ, ଏଲଟି ଓ ଅନ୍ୟମାନେ ରହିଥିବା ଜଣାପଡ଼ିଛି। ହସ୍ପିଟାଲରେ ୧୫୬ଜଣଙ୍କୁ ଟିକା ଦିଆଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଆସନ୍ତାକାଲି ଟିକାଦାନ ପ୍ରକ୍ରିୟା ବନ୍ଦ ରହିବ। ତେବେ ଟିକା ପ୍ରଦାନ କରୁଥିବା ୨ ଭ୍ୟାକ୍ସିନେଟରଙ୍କ ଡ୍ୟୁଟି ଆସନ୍ତା ସୋମବାର ଶେଷ ହେବ। ତାଙ୍କ ବଦଳରେ ନୂଆ ଭ୍ୟାକ୍ସିନେଟର ଆସିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe