କିଓସ୍କ କାଉଣ୍ଟରରୁ ୧୫ ହଜାର ଠକେଇ

Advertisment
କାମ କଲେ ପୁଅ, ବିଲ୍‌ ପାଇଲେ ସ୍ୱର୍ଗତ ବାପା

Image Courtesy of India.com

ଭୁବନେଶ୍ବର : ସହିଦନଗର ଥାନା ପଥରବନ୍ଧ ବସ୍ତିରେ ଥିବା ଏକ କିଓସ୍କ କାଉଣ୍ଟରରୁ ଜଣେ ଯୁବକ ୧୫ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ କିଓସ୍କ ଅପରେଟର ସୁରେନ୍ଦ୍ର ରେଡ୍ଡି ପୂର୍ବରୁ ସହିଦନଗର ଥାନାରେ ଅଭିଯୋଗ କରିଥିବା ବେଳେ ଆଜି ସାଇବର ସେଲ୍‌ର ଦ୍ବାରସ୍ଥ ହୋଇଛନ୍ତି।

ସୁରେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ଗତ ୧୯ ତାରିଖ ଦିନ ସେ ତାଙ୍କ ଭାଣିଜୀକୁ କାଉଣ୍ଟରରେ ବସାଇ କୌଣସି କାମରେ ବାହାରକୁ ଯାଇଥିଲେ। ସେହି ସମୟରେ ଜଣେ ଯୁବକ ଏକ ଆକାଉଣ୍ଟକୁ ୧୫ ହଜାର ଟଙ୍କା ପଠାଇବା ପାଇଁ କହିଲା। ତାଙ୍କ ଭାଣିଜୀ ତାଙ୍କ ନିଜ ଆକାଉଣ୍ଟରୁ ୧୦ହଜାର ଓ ସୁରେନ୍ଦ୍ରଙ୍କ ଆକାଉଣ୍ଟରୁ ୫ହଜାର ଟଙ୍କା ଯୁବକ ଦେଇଥିବା ଆକାଉଣ୍ଟ ନମ୍ବରକୁ ପଠାଇଥିଲେ। ଟଙ୍କା ଦଉଛି କହି ଯୁବକ ଜଣକ ଫୋନ୍‌ରେ କଥା ହୋଇଥିଲା ଓ ହଠାତ୍ ସେଠାରୁ ଦୌଡ଼ି ପଳାଇଥିଲା। ଠିକ୍‌ ସେତିକିବେଳେ ସୁରେନ୍ଦ୍ର ପହଞ୍ଚି ଯାଇଥିଲେ ଓ ଠକକୁ ଗୋଡ଼ାଇଥିଲେ ବି ସେ ବାଇକ୍‌ରେ ଫେରାର୍ ହୋଇଯାଇଥିଲା। ସୁରେନ୍ଦ୍ର ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe