୧୫୦୦ କିମି ସାଇକେଲ ଯାତ୍ରାରେ ମାନବ ଚାଲାଣ ନେଇ ସଚେତନତା

Advertisment
୧୫୦୦ କିମି ସାଇକେଲ ଯାତ୍ରାରେ ମାନବ ଚାଲାଣ ନେଇ ସଚେତନତା

ଭୁବନେଶ୍ବର: ରାଜ୍ୟରେ ମାନବ ଚାଲାଣ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହାଇଦ୍ରାବାଦର ୧୬ଜଣ ଯୁବକଯୁବତୀ ‘ରେଡ୍‌ ରୋପ୍‌’ ବ୍ୟାନରରେ ବିଶାଖାପାଟଣାରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ୧୪ଦିନରେ ୧୫୦୦କିମିର ସାଇକେଲ୍ ଯାତ୍ରା କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ମାନବ ଚାଲଣ ନେଇ ସଚେତନ କରିବେ।

ବିଶାଖାପାଟଣାରୁ ନଭେମ୍ବର ୨୭ରେ ବାହାରିଥିବା ଏହି ଯୁବଗୋଷ୍ଠୀ ଆଜି ଭୁବନେଶ୍ବରରେ ପହଞ୍ଚିଥିବାବେଳେ ଡିସେମ୍ବର ୧୦ତାରିଖ ମଧ୍ୟରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଆଦି ଜିଲ୍ଲାକୁ ଯିବେ। ଏହି ଦଳ ଉପରୋକ୍ତ ୮ଟି ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, ସମ୍ବେଦନଶୀଳ ଗୋଷ୍ଠୀ, ବସଷ୍ଟାଣ୍ଡ, ରେଳଷ୍ଟେସନ, ବଜାର ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe