ଭୁବନେଶ୍ୱର: ଗାନ୍ଧୀଜୀ ଅଣ୍ଟାରେ ବାନ୍ଧୁଥିବା ଘଡ଼ିଠୁ ନେଇ କଠଉ। ପୁଣି ଚଷମାଠୁ ନେଇ ମାଳି, ଥାଳିଆ, ଅରଟ ଓ ଗାନ୍ଧୀଜୀଙ୍କ ଲିଖିତ ଚିଠି। ଦିଲ୍ଲୀସ୍ଥିତ ଜାତୀୟ ଗାନ୍ଧୀ ସଂଗ୍ରହାଳୟରୁ ଆଣି ଏସବକୁ ଭାରତ ସ୍କାଉଟ୍ ଓ ଗାଇଡ୍ ମୁଖ୍ୟାଳୟରେ ପ୍ରଦର୍ଶିତ କରାଯାଇଛି। ଏଥିସହ ୧୯୨୧ ମସିହାରେ ଦୋଳପୂର୍ଣ୍ଣମୀ ଦିନ କାଠଯୋଡ଼ି ବାଲିରେ ଗାନ୍ଧୀଜୀ ବସି ଭାଷଣ ଦେଇଥିବା ଚୌକି ଓ ଦରି ମଧ୍ୟ ପ୍ରଦର୍ଶିତ ହୋଇଛି। ଏଥିସହ ଗାନ୍ଧୀ: ୧୫୦ ଓଡ଼ିଶା ରାଜ୍ୟ ସମିତି, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଏବଂ ସ୍ବତନ୍ତ୍ରତା ସେନାନୀ ଓ ଉତ୍ତରାଧିକାରୀ ସଂଗଠନ ପକ୍ଷରୁ ୧୫୦ତମ ମହାତ୍ମା ଗାନ୍ଧୀ ଜୟନ୍ତୀର ଶୁଭାରମ୍ଭ କରାଯାଇଛି। ବିଶିଷ୍ଟ ଗାନ୍ଧୀବାଦୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି ପ୍ରଦର୍ଶନୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ନୀଳମଣି ସାମଲ, ପ୍ରଫୁଲ୍ଲ ଦାସ, ନକୁଳ ଦାସ, ବିମ୍ବାଧର ମୁଦୁଲି, ସ୍କାଉଟ୍ସର ଜାତୀୟ ଉପସଭାପତି କାଳୀପ୍ରସାଦ ମିଶ୍ର, ଉତ୍କଳ ବିଶ୍ବବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ସୋମା ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଗାନ୍ଧୀ: ୧୫୦ ରାଷ୍ଟ୍ରୀୟ ସମିତିର ସଦସ୍ୟ ମନୋରଂଜନ ମହାନ୍ତି, ଡ.ବିଶ୍ବଜିତ୍, ମିହିର ପ୍ରତାପ ଦାସ, ବିରୁପାକ୍ଷ ତ୍ରିପାଠୀ, ସତ୍ୟ ରାୟ, ଅମ୍ବିକା ପ୍ରସାଦ ପତି, ଗାୟତ୍ରୀ ଦାସ, ରଣଜିତ ଦେହୁରୀ, ସୂର୍ଯ୍ୟନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us