ନନ୍ଦନକାନନକୁ ୧୫୯୪ ପକ୍ଷୀଙ୍କ ଅଗମନ, ପୂର୍ବବର୍ଷ ତୁଳନାରେ କମିଲେ

ନନ୍ଦନକାନନ ଆସିବ ଚିତା

rebabeachresort.com

ବାରଙ୍ଗ: ଚଳିତ ଋତୁରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କାଞ୍ଜିଆ ହ୍ରଦ, କିଆଖଣି ଓ ଅନ୍ୟ ହ୍ରଦକୁ ବିଦେଶୀ ତଥା ବାହ୍ୟ ପକ୍ଷୀଙ୍କ ଆଗମନ କମିଛି। ଏଥର ମୋଟ ୨୮ ପ୍ରଜାତିର ୧୫୯୪ଟି ପକ୍ଷୀଙ୍କ ଆଗମନ ହୋଇଥିବା ଆକଳନ କରିଛନ୍ତି ପକ୍ଷୀ ଗଣନାକାରୀ ଦଳ। ଗତ ବର୍ଷ ମୋଟ ୨୪୬୮ଟି ପକ୍ଷୀ ଆସିଥିବାରୁ ଏଥର ଏହି ସଂଖ୍ୟା ହ୍ରାସ ପାଇଛି। ଜଳବାୟୁ ପରିବର୍ତନର ପ୍ରଭାବ ପକ୍ଷୀଙ୍କ ଆଗମନ ଉପରେ ପଡ଼ିଥିବା ବିଶେଷଜ୍ଞମାନେ କହିଛନ୍ତି। ଆଜିର କୋହଲା ଓ ବର୍ଷା ପାଗରେ ଅଧିକାଂଶ ପକ୍ଷୀ ଜଳାଶୟକୁ ନ ଆସି ଗହଳିଆ ଗଛ ବୁଦାରେ ଲୁଚି ରହିଥିବା ମଧ୍ୟ ଅନୁମାନ କରିଛନ୍ତି ପକ୍ଷୀଗଣନାକାରୀ ଦଳ। ତେବେ ଗତବର୍ଷ ଭଳି ଏ ବର୍ଷ ଏଠାକୁ ବିଲୁପ୍ତପ୍ରାୟ ଇଣ୍ତିଆନ ସ୍କିମର ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇନାହିଁ। ପକ୍ଷୀ ଗଣନା ଦଳରେ ନନ୍ଦନକାନନର କ୍ୟୁରେଟର ଅଞ୍ଜନ ମହାନ୍ତି, ଶିକ୍ଷା ବିଭାଗର ମିଲନ ପଣ୍ତା, ରାଜେଶ ମହାପାତ୍ର, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ପ୍ରଫେସର ଶିବ ପ୍ରସାଦ ପରିଡ଼ା, ପକ୍ଷୀ ବିଶେଷଜ୍ଞ ଶକ୍ତି ନନ୍ଦ, ରମେଶ ଝାଙ୍କାରଙ୍କ ସମେତ ଓୟୁଏଟି, ଉତ୍କଳ ବିଶ୍ବବିଦ୍ୟାଳୟ, ମହର୍ଷି, କେନ୍ଦ୍ରାପଡା, ବିଜେପି ଓ ସୋଆରୁ ୪୦ ଜଣିଆ ସଦସ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe