ମେ’ ସୁଦ୍ଧା ରାଜଧାନୀରେ ୧୫୯୯ ଯକ୍ଷ୍ମା ରୋଗୀ ଚିହ୍ନଟ

Advertisment
କୋରାପୁଟ ଜିଲ୍ଲାରେ ବଢ଼ୁଛନ୍ତି ଯକ୍ଷ୍ମା ରୋଗୀ: ୫ ବର୍ଷରେ ୧୧୮୫୯ ରୋଗୀ ଚିହ୍ନଟ

Times of India

ଭୁବନେଶ୍ବର : ରାଜଧାନୀରେ ଚଳିତ ବର୍ଷ ମେ’ ସୁଦ୍ଧା ଟାର୍ଗେଟ୍‌ଠାରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ୨୦୨୫ ସୁଦ୍ଧା ‘ଯକ୍ଷ୍ମାମୁକ୍ତ ଭାରତ’ ଲକ୍ଷ୍ୟକୁ ଆଖି ଆଗରେ ରଖି ଭୁବନେଶ୍ବର ଜିଲ୍ଲା ଯକ୍ଷ୍ମାକେନ୍ଦ୍ର ପକ୍ଷରୁ ଚଳିତ ବର୍ଷ ମେ’ ସୁଦ୍ଧା ୧୫୬୬ ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ସହ ଚିକିତ୍ସା କରାଯିବାକୁ ଯୋଜନା ଥିଲା। ତେବେ ମେ’ ଶେଷ ସୁଦ୍ଧା ଏହି ସଂଖ୍ୟା ମୋଟ ୧୫୯୯ ରୋଗୀଙ୍କୁ ଚିହ୍ନଟ କରାଯାଇପାରିଛି। ଗତବର୍ଷ ୩୭୬୦ଜଣ ରୋଗୀଙ୍କୁ ଚିକିତ୍ସା ଯୋଗାଇବ‌ା ଲକ୍ଷ୍ୟ ରଖାଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରୁ ୨୯୬୮ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି।

କ୍ୟାପିଟାଲ ହ‌ସ୍ପିଟାଲସ୍ଥିତ ଭୁବନେଶ୍ବର ଜିଲ୍ଲା ଯକ୍ଷ୍ମା ‌କେନ୍ଦ୍ରର ସୂଚନା ଅନୁସାରେ, ସଚେତନତା ଅଭାବରୁ ବର୍ଷକୁ ପ୍ରାୟ ୮୦୦ରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇପାରନ୍ତି ନାହିଁ। ଏହା ନୂତନ ଯକ୍ଷ୍ମା ସଂକ୍ରମଣକୁ ପ୍ରୋତ୍ସାହିତ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଜିଲ୍ଲା ଯକ୍ଷ୍ମା ଅଧିକାରୀ ସୁମନ ସୁନ୍ଦରାୟଙ୍କ ନେତୃତ୍ବରେ ଜିଲ୍ଲା ଯକ୍ଷ୍ମା କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାମାନେ ଭୁବନେଶ୍ବର ମହାନଗର ନିଗମର ବିଭିନ୍ନ ବସ୍ତି ଓ ବଜାର ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ସରକାରଙ୍କ ଦ୍ବାରା ଯକ୍ଷ୍ମା ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସହାୟତା ବାବଦରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି। ଏହାସହ ବିଭିନ୍ନ ବସ୍ତିମାନଙ୍କରେ ଶିବିରମାନ ଆୟୋଜନ କରି ଲକ୍ଷଣଯୁକ୍ତ ରୋଗୀମାନଙ୍କଠାରୁ କଫ ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ବିଏମ୍‌ସି ଅଞ୍ଚଳ‌ରେ ଯକ୍ଷ୍ମାରୋଗ ସମ୍ବନ୍ଧିତ ସୁପରିଚାଳନା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ଯକ୍ଷ୍ମା ୟୁନିଟ୍, ସହିଦନଗର ଯକ୍ଷ୍ମା ୟୁନିଟ୍ ଓ ପଟିଆ ଯକ୍ଷ୍ମା ୟୁନିଟ୍ ତିନି ଭାଗରେ ବିଭକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe