୧୭ତମ ଓଡ଼ିଶୀ ଓ ଲଘୁ ସଂଗୀତ ସମାରୋହ-୨୦୨୨: କେତକୀ ଗୋ ଖୋଲ ଆଖି...

Advertisment
୧୭ତମ ଓଡ଼ିଶୀ ଓ ଲଘୁ ସଂଗୀତ ସମାରୋହ-୨୦୨୨: କେତକୀ ଗୋ ଖୋଲ ଆଖି...

ଭୁବନେଶ୍ବର: କେତକୀ ଗୋ ଖୋଲ ଆଖି... ଗୀତରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଆଧୁନିକ ଚଳଚ୍ଚିତ୍ରର ଏହି ଗୀତକୁ ଗୁରୁ ବିଜୟ କୁମାର ଜେନା ପରିବେଷଣ କରିଥିଲେ। ଏହାପରେ ବହୁ ମନଛୁଆଁ ସଂଗୀତ ଭେଟି ଦେଇଥିଲେ ଅନେକ ସ୍ବନାମଧନ୍ୟ କଣ୍ଠଶିଳ୍ପୀ। ଅବସର ଥିଲା ‘ଶ୍ରୁତି’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଂଗୀତ ସମାରୋହ-୨୦୨୨। ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ସଂଗୀତର ଭରପୂର ମଜା ନେଇଥିଲେ।

ଗୀତାରଣୀ ବେହେରାଙ୍କ ‘ନେଇ ଯା ରେ ମେଘ ମୋତେ’ ପ୍ରେକ୍ଷାଳୟ ପରିସରକୁ ରୋମାଞ୍ଚକର କରିଦେଇଥିଲା। ଏହାପରେ ବାଳକୃଷ୍ଣ ଜେନା ହେ ଫଗୁଣ ତମେ ଗଲାପରେ... ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ସୌରଭ ନାୟଙ୍କ ‘ସବୁ ପାପର ପାୟଶ୍ଚିତ ଥାଏ’, ହରପ୍ରିୟା ସ୍ବାଇଁଙ୍କ ‘ହେ ଫଗୁଣ କାନ୍ଦନାରେ’ ଗୀତକୁ ଦର୍ଶକମାନେ ଉପଭୋଗ କରିଥିଲେ। ପରେ ରାସବିହାରୀ ନାଥ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ମନୋଜ କୁମାର, ବୈଷ୍ଣବୀ ଘୋଷ, ସୃଷ୍ଟି ସ୍ବରୂପା ମିଶ୍ର, ବସୁନ୍ଧରା ପରିଡ଼ା, ମାତୃପ୍ରସାଦ ଦାସ, ରୂପକ ପରିଡ଼ା, ଗୁରୁ ଚନ୍ଦନ କୁମାର ଜେନା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।

ଏହି ଅବସରରେ ବେହେଲା ବାଦକ ଗୁରୁ ଅଜୟ କୁମାର ବାରିକଙ୍କୁ ‘ପଣ୍ଡିତ ଭୁବନେଶ୍ବର ମିଶ୍ର ସ୍ମୃତି ସମ୍ମାନ’ ଓ ମିନତି ସିଂହଙ୍କୁ ‘ଶ୍ରୁତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ବିଶିଷ୍ଟି ଅତିଥି ଭାବେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମ୍ମାନିତ ଅତିଥି ଭାବେ, ବିଧାୟକ ପ୍ରଫୁଲ୍ଲ ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଶା ସଂଗୀତ ଏକାଡେମି ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ କୁମାର ଶତପଥୀ, ସଚିବ ପ୍ରବୋଧ ରଥ, ସୂଚନା ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, କୃପାସିନ୍ଧୁ ମିଶ୍ର, ଅନୁଷ୍ଠାନର ଅଧ୍ୟକ୍ଷ ରାମହରି ଦାସ ପ୍ରମୁଖ ଯୋଗ ଦେଇଥିଲେ। ଗୁରୁ ବିଜୟ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସଂପାଦିକା ହରପ୍ରିୟା ସ୍ବାଇଁ ଧନ୍ୟବାଦ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe