ବିଦେଶକୁ ଗଲେ ୧୮ ପୋଷ୍ୟ ଶିଶୁ

Advertisment
୨୦୩୬ ବେଳକୁ ରାଜ୍ୟରେ ପିଲାଙ୍କ ସଂଖ୍ୟା ୨୩% କମିଯିବ: ବୟସ୍କଙ୍କ ସଂଖ୍ୟା ୧୧୧% ବଢ଼ିଯିବ

Cradle of Hope Adoption Center

ଭୁବନେଶ୍ବର: ଗୋଟିଏ ବର୍ଷରେ ୧୮ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ବିଦେଶକୁ ପଠାଯାଇଛି। ଏଥିସହ ଚଳିତ ବର୍ଷ ବାଳାଶ୍ରମ ଏବଂ ଅନୁଦାନ ସମ୍ପର୍କିତ ନିୟମରେ ପରିବର୍ତ୍ତନ କରାଯାଇ ବାଳାଶ୍ରମ ସଂଖ୍ୟା ୨୪୪ରୁ ୨୩୮କୁ ହ୍ରାସ କରାଯାଇଛି। ଏଠାରେ ସମୁଦାୟ ୯୨୨୪ ଶିଶୁ ରହିଛନ୍ତି। ୨୦୨୦-୨୧ ମସିହାର ମହିଳା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ନିଜ କାର୍ଯ୍ୟକଳାପକୁ ନେଇ ଜାରି ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷକରେ ସମୁଦାୟ ୧୭୮ ପିଲାଙ୍କୁ ପୋଷ୍ୟ ସନ୍ତାନ ପାଇଁ ଦିଆଯାଇଛି। ଏଥିରୁ ୧୬୦ଜଣ ଦେଶ ମଧ୍ୟରେ ପୋଷ୍ୟ ହୋଇଛନ୍ତି। ୧୩୩୧ପିଲାଙ୍କୁ ସ୍ପନସର୍‌ସିପ୍‌ରେ ୨୦୦୦ ଟଙ୍କା ଦିଆଯାଇଛି। ୨୭ଜଣଙ୍କୁ ଫୋଷ୍ଟର କେୟାରରେ ପଠାଯାଇଛି। ୨୩୮ ବାଳାଶ୍ରମରେ ରହୁଥିବା ପିଲାଙ୍କ ନିୟମିତ ପଞ୍ଜୀକରଣ କରାଯାଉଛି। ୪ଟି ପାରାମିଟର୍‌ରେ ଶିଶୁପ୍ରଯତ୍ନ କେନ୍ଦ୍ରକୁ ରୢାଙ୍କ ଦିଆଯାଉଛି। ଚାଇଲ୍ଡ ଲାଇନ୍‌କୁ ସମ୍ପ୍ରସାରିତ କରାଯାଇଛି। ୩୦ଟି ଜିଲ୍ଲାରେ ୫୯ ଚାଇଲ୍ଡ ଲାଇନ୍‌ କାର୍ଯ୍ୟ କରୁଛି। ବାଳାଶ୍ରମର ୩୧ଜଣ ଶିଶୁ ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ମହାମାରୀ ଯୋଗୁଁ ଅଭିଭାବକ ଛେଉଣ୍ଡ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ସେମାନଙ୍କ ସଂପର୍କରେ ଏହି ରିପୋର୍ଟ‌‌‌ରେ ଉଲ୍ଲେଖ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe