ଚାକିରି ଦେବା ନାଁରେ ୧୮ଲକ୍ଷ ଠକେଇ

ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଚନ୍ଦ୍ରଶେଖରପୁର ପ୍ରଗତିବିହାର ଅଞ୍ଚଳର ନରେଶ ବାରିକ ଓରଫ ବୁଟୁ(୫୫)କୁ ଗିରଫ କରିଛି। ତା’ଠାରୁ ଜାଲ୍‌ ନିଯୁକ୍ତିପତ୍ର...

Untitled-16

Photograph: (https://www.naidunia.com/)

ଭୁବନେଶ୍ବର: ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଚନ୍ଦ୍ରଶେଖରପୁର ପ୍ରଗତିବିହାର ଅଞ୍ଚଳର ନରେଶ ବାରିକ ଓରଫ ବୁଟୁ(୫୫)କୁ ଗିରଫ କରିଛି। ତା’ଠାରୁ ଜାଲ୍‌ ନିଯୁକ୍ତିପତ୍ର, ପରିଚୟପତ୍ର, ଗେଟ୍‌ପାସ୍‌, ମେଡିକାଲ୍‌ ସାର୍ଟିଫିକେଟ୍‌ ଓ ୨ଟି ଚେକ୍‌ ଜବତ କରାଯାଇଛି। 

ସୂଚନା ମୁତାବକ, ଗତ୨୦୨୧ ମସିହାରେ ବଡ଼ଗଡ଼ ଅଞ୍ଚଳର ସର୍ବେଶ୍ବର ସାମଲ ନାମକ ଜଣେ ବ୍ୟକ୍ତିଙ୍କ ସହ ନରେଶର ପରିଚୟ ହୋଇଥିଲା। ନରେଶ ନିଜକୁ ନାଲ୍‌କୋର ଏଜିଏମ୍‌ ବୋଲି ପରିଚୟ ଦେଇଥିଲା। ତାର ନାଲ୍‌କୋର ଉପରିସ୍ଥ ଅଧିକାରୀଙ୍କ ସହ ଭଲ ସମ୍ପର୍କ ଥିବା କହିଥିଲା। ଏପରିକି ନାଲ୍‌କୋ ସହ ସମ୍ପୃକ୍ତ ନଥିବା ଦିଲୀପ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କୁ ଅଧିକାରୀ ବୋଲି ଦର୍ଶାଇ ନରେଶ ସର୍ବେଶ୍ବରଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା। ସେମିତି ରିଲାଏନ୍ସର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବି ତାର ଭଲ ସମ୍ପର୍କରେ ଥିବା କହିଥିଲା। ତେଣୁ ସେ ନାଲ୍‌କୋରେ ସର୍ବେଶ୍ବରଙ୍କ ପୁଅର ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଆଉ ଚାକିରି ବାବଦକୁ ୧୮ଲକ୍ଷ ଟଙ୍କା ଦାବି କରିଥିଲା। ସର୍ବେଶ୍ବର ବିଶ୍ବାସ କରି ବିଭିନ୍ନ ପର୍ଯ୍ୟାୟରେ ନରେଶଙ୍କୁ ୧୮ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ହାତାଇବା ପରେ ଠକ ନରେଶ ନକଲି ନିଯୁକ୍ତିପତ୍ର, ପରିଚୟପତ୍ର, ଗେଟ୍ ପାସ୍ ଏବଂ ଡାକ୍ତରୀ ଫିଟନେସ୍ ସାର୍ଟିଫିକେଟ୍ ସର୍ବେଶ୍ବରଙ୍କ ପୁଅକୁ ପ୍ରଦାନ କରିଥିଲା। ଗତ ମାର୍ଚ୍ଚ ୧୯ ତାରିଖରେ ସର୍ବେଶ୍ବରଙ୍କ ପୁଅ ନାଲ୍‌କୋ ଅଫିସରେ ରିପୋର୍ଟ କରିବା ପରେ ସମସ୍ତ କାଗଜପତ୍ର ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ‌ସେ ଠକାମିର ଶିକାର ହୋଇଥିବା ଜାଣି ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ନରେଶକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ତା ସହ ସମ୍ପୃକ୍ତ ଦିଲୀପ ସହ ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ସେ ଏମିତି ଆହୁରି ଅନେକ ଠକେଇ କରିଥିବା ଆଶଙ୍କା କରାଯାଉଛି। ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe